ETV Bharat / sitara

ହ୍ରିତିକଙ୍କୁ କିସ କରିବାକୁ ବ୍ୟାକୁଳ ତମନ୍ନା

author img

By

Published : Mar 4, 2019, 11:00 AM IST

ସାଉଥର ଲୋକପ୍ରିୟ ଅଭିନେତ୍ରୀ ତମନ୍ନା ଭାଟ୍ଟିୟା ନିଜ ଫିଲ୍ମରେ କୌଣସି ଅଭିନେତାଙ୍କ ସହ କିସ୍ ସିନ ନ କରିବାକୁ ନେଇ ଫେମସ । କିନ୍ତୁ ବର୍ତ୍ତମାନ ସେ ନିଜ ନିୟମ ଭାଙ୍ଗିବାକୁ ପ୍ରସ୍ତୁତ ଅଛନ୍ତି । ସେ ବଲିଉଡର ହ୍ୟାଣ୍ଡସମ ଅଭିନେତା ହ୍ରିତିକ୍ ରୋଶନଙ୍କ ସହ କାମ କରିବାର ସୁଯୋଗ ପାଇଲେ ନିହାତି ତାଙ୍କୁ କିସ୍ କରିବେ ବୋଲି କହିଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଇନଷ୍ଟାଗ୍ରାମ/ ତମନ୍ନା ଭାଟ୍ଟିୟା

ଚେନ୍ନାଇ: ସାଉଥର ଫେସମ ଆକ୍ଟ୍ରେସ ତମନ୍ନା ଭାଟ୍ଟିୟାଙ୍କ ଫିଲ୍ମ କଣ୍ଟ୍ରାକ୍ଟରେ ସବୁବେଳେ ଗୋଟିଏ କଥା ରହିଥାଏ । ସେ ଫିଲ୍ମରେ କୌଣସି ହିରୋଙ୍କ ସହ କିସ୍ ସିନ କରିବେ ନାହିଁ ବୋଲି ତାଙ୍କ କଣ୍ଟ୍ରାକ୍ଟରେ ଲେଖାହୋଇଥାଏ । ଏବେ ସେ ନିଜ ନିୟମ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମଥର ସେ କୌଣସି ଅଭିନେତାଙ୍କୁ କିସ୍ କରିବେ । ସେ ବଲିଉଡର ହ୍ୟାଣ୍ଡସମ ଆକ୍ଟର ହ୍ରିତିକ୍ ରୋଶନ ପାଇଁ ନିଜ ନିୟମକୁ ପରିବର୍ତ୍ତନ କରିବାକୁ ରାଜି ଅଛନ୍ତି।

ଚାର୍ଟ ଶୋ 'ଫେମସଲୀ ଫିଲ୍ମଫେୟର' (ତାମିଲ)ର ଗୋଟିଏ ଏପିସୋଡରେ ତମନ୍ନା କହିଥିଲେ କି ଯଦି ତାଙ୍କୁ କେବେ ହ୍ରିତିକଙ୍କୁ ସହ କାମ କରିବାର ସୁଯୋଗ ମିଳିବ, ତେବେ ସେ ତାଙ୍କ ପାଇଁ ନିଜ ନିୟମ ଭାଙ୍ଗିବାକୁ ପ୍ରସ୍ତୁତ ଅଛନ୍ତି ।

ପରଦାରେ ସେ କିସିଂ ସିନ କରନ୍ତି ନାହିଁ । ଏହି ନିୟମ ବାସ୍ତବରେ ତାଙ୍କ ଅନୁବନ୍ଧର ଏକ ଅଂଶ । କିନ୍ତୁ ସେ ସବୁବେଳେ ନିଜ ବନ୍ଧୁଙ୍କୁ ମଜାରେ କହିଥାଆନ୍ତି କି ହ୍ରିତିକଙ୍କ ସହ କିସିଂ ସିନ କରିବାରେ ତାଙ୍କର କୌଣସି ଆପତ୍ତି ନାହିଁ ।

ଫିଲ୍ମ 'ବାହୁବଳି: ଦ ବିଗିନିଂ' ଅଭିନେତ୍ରୀ ତମନ୍ନା କହିଛନ୍ତି କି ସେ ହ୍ରିତିକଙ୍କ ବଡ ପ୍ରଶଂସକ ଏବଂ ନିକଟରେ ତାଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ । ହ୍ରିତିକଙ୍କ ସହ ସାକ୍ଷାତ କଲା ବେଳେ ସେ ବହୁତ ଉତ୍ସାହିତ ଥିଲେ । ସାକ୍ଷାତ ସମୟରେ ସେ ନିଜକୁ 16 ବର୍ଷୀୟ ଝିଅ ପରି ଅନୁଭବ କରୁଥିଲେ ।

undefined

Slug ,, world wild life day , avo ,Puri , 2.3.19

Anchor,,, ମାର୍ଚ୍ଚ 3 ତାରିଖ କୁ ସାରା ବିଶ୍ୱରେ ବିଶ୍ୱ ବନ୍ୟଜନ୍ତୁ ଦିବସ ତଥା world wildlife day ଭାବେ ପାଳନ କରାଯାଏ। ବିଶେଷ କରି ବନ୍ୟଜନ୍ତୁ ଙ୍କ ସୁରକ୍ଷା କୁ ନେଇ ଏହି ଦିବସ କୁ ପାଳନ କରାଯାଏ। ଏହି ଅବସରରେ ବଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସୁନ୍ଦର ବଲୁକା କଳା ମାଧ୍ୟମରେ ଏହି ଦିବସ ର ସଚେତନତା ବାର୍ତା ଦେଇ ଛନ୍ତି। ପୁରୀ ବେଳାଭୂମିରେ ଏହି ବଲୁକା କଳା ଟିକୁ ତିଆରି କରି ବନ୍ୟଜନ୍ତୁଙ୍କ ସୁରକ୍ଷା ରେ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇ ଛନ୍ତି। ଗତ 2013 ମସିହା ରୁ ମିଳିତ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ମାର୍ଚ୍ଚ 3 ତାରିଖ କୁ world wildlife ଡେ ଭାବେ ପାଳନ ପାଇଁ  ଘୋଷଣା କରାଯାଇଛି। 

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Whats app ରେ ଭିଜୁଆଲ ଯାଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.