ETV Bharat / sitara

ପରିବେଶର ଯତ୍ନ ପାଇଁ 5 ଟି ଟିପ୍ସ ସେୟାର କଲେ ତାହିରା - ଭିଡିଓ ମାଧ୍ୟମରେ ପରିବେଶର ଯତ୍ନ ନେବା ପାଇଁ

ତାହିରା ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ସମସ୍ତଙ୍କୁ ପ୍ରକୃତି ଏବଂ ପରିବେଶର କିପରି ଯତ୍ନ ନିଆଯିବ ସେ ସଂପର୍କରେ ବୁଝାଉଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ..

tahira kashyap shares 5 tips to stay in sync with nature
ଭିଡିଓ ମାଧ୍ୟମରେ ପରିବେଶର ଯତ୍ନ ନେବା ପାଇଁ 5 ଟି ଟିପ୍ସ ସେୟାର କଲେ ତାହିରା
author img

By

Published : Jun 5, 2020, 7:19 PM IST

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ବି-ଟାଉନ୍ ସେଲିବ୍ରିଟିମାନେ ସେମାନଙ୍କ ସୋସିଆଲ୍ ମିଡିଆରେ ପରିବେଶ ବିଷୟରେ ସଚେତନ କରୁଛନ୍ତି । ପ୍ରକୃତି ଏବଂ ପରିବେଶକୁ କିପରି ସଂରକ୍ଷଣ କରାଯିବ ସେ ସମ୍ବନ୍ଧରେ ଟିପ୍ସ ମଧ୍ୟ ସେୟାର କରୁଛନ୍ତି ।

ବିଶ୍ୱ ପରିବେଶ ଦିବସରେ ଚଳଚ୍ଚିତ୍ର ନିର୍ମାତା-ଲେଖକ ତାହିରା କାଶ୍ୟପ ଖୁରାନା ପରିବେଶର ଯତ୍ନ ନେବା ପାଇଁ 5 ଟି ଟିପ୍ସ ସେୟାର କରିଛନ୍ତି ।

ତାହିରା ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ସମସ୍ତଙ୍କୁ ପ୍ରକୃତି ଏବଂ ପରିବେଶର କିପରି ଯତ୍ନ ନିଆଯିବ ସେ ସଂପର୍କରେ ବୁଝାଉଥିବାର ନଜର ଆସିଛନ୍ତି ।

ପରିବେଶର ଯତ୍ନ ନେବା ପାଇଁ ତାହିରା କହିଛନ୍ତି, ରାସ୍ତାରେ ଅଳିଆ ଆବର୍ଜନା ପକାନ୍ତୁ ନାହିଁ, ଗଛ କାଟନ୍ତୁ ନାହିଁ, ଘର ଆଗରେ କିଛି ଗଛ ଲଗାନ୍ତୁ, ପ୍ଲାଷ୍ଟିକର ବ୍ୟବହାର କରନ୍ତୁ ନାହିଁ ଏବଂ ଶେଷରେ ସେ ସମସ୍ତଙ୍କୁ ସେମାନଙ୍କର ମନ ଏବଂ ଆତ୍ମାକୁ ନିର୍ମଳ ରଖିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଏହାଦ୍ବାରା ପ୍ରକୃତି ଏବଂ ପରିବେଶ ସବୁଜ ସୁନ୍ଦର ରହିବ ।

ବର୍ତ୍ତମାନର ପରିସ୍ଥିତି ଅତୀତରେ ସୃଷ୍ଟି କରିଥିବା କାରଣ ଗୁଡିକର ପ୍ରତିଫଳନ ଅଟେ । ମୁଁ ଅନୁଭବ କରୁଛି, ଆମର ପରିବେଶ ଏବଂ ଆମେ ଏକ ଅଟୁ ତେଣୁ ଆମକୁ ମିଳିମିଶି ସମସ୍ତେ ଏହାର ଯତ୍ନ ନେବା ଉଚିତ । ଗ୍ଲୋବାଲ୍ ୱାର୍ମିଂ, ବନ୍ୟା, ଭାଇରସ୍ ଏବଂ ସାଇକ୍ଲୋନନ୍ ବିନା ଏକ ଭଲ ଭବିଷ୍ୟତ ପାଇବାକୁ ହେଲେ ଆମକୁ ବର୍ତ୍ତମାନର ପରିବେଶର ଯତ୍ନ ନେବା ଉଚିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.