ETV Bharat / sitara

ତାପସୀଙ୍କୁ ପଡିଲା ଚାପୁଡା, ଦେଖନ୍ତୁ ଫଟୋ

ଜାରି ହେଲା ତାପସୀ ପନ୍ନୁଙ୍କ ଆଗାମୀ ଫିଲ୍ମ ‘ଥାପଡ’ର ଫାଷ୍ଟଲୁକ ପୋଷ୍ଟର । ଶୁକ୍ରବାର ରିଲିଜ ହେବ ଫିଲ୍ମର ଦମଦାର ଟ୍ରେଲର ।

author img

By

Published : Jan 30, 2020, 5:19 PM IST

taapsee pannu starrer thappad
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ

ମୁମ୍ବାଇ: ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଗତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ମୁଲ୍କ’ ଓ ‘ଆର୍ଟିକଲ 15’ ଏମିତି ଫିଲ୍ମ ଥିଲା । ଯାହା ଭାରତୀୟ ସମାଜରେ ଚାଲିଥିବା ମୁଖ୍ୟ ପ୍ରସଙ୍ଗକୁ ନେଇ ଆଧାରିତ ହୋଇଥିଲା । ‘ମୁଲ୍କ’ ସମ୍ପ୍ରଦାୟକ ପ୍ରସଙ୍ଗ ଉପରେ ନିର୍ମାଣ ହୋଇଥିବା ବେଳେ ‘ଆର୍ଟିକଲ 15’ ଜାତିଗତ ଭେଦଭାବ ପ୍ରସଙ୍ଗ ଦେଖିବାକୁ ପାଇଥିଲେ ଦର୍ଶକ । ଆଉ ଏବେ ସେ ପ୍ରସ୍ତୁତ ହୋଇଯାଇଛନ୍ତି ନିଜ ଆଗାମୀ ଫିଲ୍ମ ‘ଥାପଡ’ ନେଇ ପରଦାକୁ ଫେରିବା ପାଇଁ । ଏବେ ଏହି ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ଜାରି କରାଯାଇଛି ।

ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ବି-ଟାଉନର ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ । ଫାଷ୍ଟଲୁକ ପୋଷ୍ଟରରେ ଯେମିତି ତାପସୀଙ୍କୁ କିଏ ଜୋରରେ ଚାପୁଡା ମାରିଥିବାର ନଜର ଆସୁଛନ୍ତି । ପୋଷ୍ଟରେ ତାଙ୍କ ଗାଲ ଲାଲ ମଧ୍ୟ ନଜର ଆସୁଛି । ସୋସିଆଲ ମିଡିଆରେ ପୋଷ୍ଟର ସେୟାର କରି ତାପସୀ ଲେଖିଛନ୍ତି, ‘କଣ ଏହା କେବଳ ସାମାନ୍ୟ କଥା ? କଣ ପ୍ରେମରେ ଏହା ମଧ୍ୟ ଠିକ୍ କଥା । ଥାପଡର ପ୍ରଥମ ଝଲକ ।’

ଆସନ୍ତା କାଲି(ଶୁକ୍ରବାର) ଫିଲ୍ମର ଟ୍ରେଲର ରିଲିଜ ହେବାକୁ ଯାଉଛି । ଏଯାବତ ଫିଲ୍ମର ଅଧିକ ସୂଚନା ସାମ୍ନାକୁ ଆସିନାହିଁ । ହେଲେ କୁହାଯାଉଛି ଭିନ୍ନ କଣ୍ଟେଟ ନେଇ ପରଦାକୁ ଫେରିବେ ଅନୁଭବ । ଫିଲ୍ମରେ ତାପସୀଙ୍କ ବ୍ୟତୀତ ରତ୍ନା ପାଠକ ଶାହ, ମାନବ କଲ, ଦିୟା ମିର୍ଜା, ତନଭି ଆଜାମୀ ଓ ରାମ କପୁର ଭଳି କଳାକାର ।

ସେହିପରି ‘ଥାପଡ’ ଫିଲ୍ମ ବ୍ୟତୀତ ତାପସୀ ସାବାସ୍ ମିଠୁରେ ନଜର ଆସିବେ । ଫିଲ୍ମରେ ସେ ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପ୍ଟେନ ମିତାଲୀ ରାଜଙ୍କ ଭୂମିକାରେ ନଜର ଆସିବେ । ବୁଧବାର ଜାରି ହୋଇଥିଲା ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ।

Intro:Body:

dhh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.