ETV Bharat / sitara

'ମିଶନ ମଙ୍ଗଲ'ର ଥ୍ରୋବ୍ୟାକ ଫଟୋ ସେୟାର କଲେ ତାପସୀ

author img

By

Published : Jul 12, 2020, 5:42 PM IST

ନିକଟରେ ତାପସୀ 'ମିଶନ ମଙ୍ଗଲ' ଫିଲ୍ମର ସେଟରୁ ଏକ ପୁରୁଣା ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫ୍ରଥମ ଫଟୋରେ ପୁରା ଷ୍ଟାରକାଷ୍ଟ ଗୋଟିଏ ଫ୍ରେମରେ ଥିବାବେଳେ ଅନ୍ୟ ଫଟୋରୋ ତାପସୀ, ବିଦ୍ୟା ଏବଂ କିର୍ତ୍ତୀଙ୍କ ଏକ ମଜାଦାର ଫଟୋ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

taapsee pannu shares a throwback pic from the sets of mission mangal
'ମିଶନ ମଙ୍ଗଲ'ର ସେଟରୁ ଏକ ପୁରୁଣା ଫଟୋ ସେୟାର କଲେ ତାପସୀ

ନୂଆଦିଲ୍ଲୀ: ଅଭିନେତ୍ରୀ ତାପସୀ ପନ୍ନୁ ମଲ୍ଟି ଷ୍ଟାରର ଫିଲ୍ମ ମିଶନ ମଙ୍ଗଲର ଏକ ଅଂଶ ହୋଇଥିବାରୁ ଗର୍ବିତ ଅନୁଭବ କରନ୍ତି । 'ମିଶନ ମଙ୍ଗଲ'ରେ ତାପସୀଙ୍କ ବ୍ୟତୀତ ଅଭିନେତା ଅକ୍ଷୟ କୁମାର, ସୋନାକ୍ଷୀ ସିହ୍ନା, ବିଦ୍ୟା ବାଲାନ, କିର୍ତ୍ତୀ କୁଲହରି, ନିତ୍ୟା ମେନନ ଏବଂ ଶର୍ମାନ ଯୋଶୀ ମଧ୍ୟ ଅଭିନୟ କରିଥିଲେ ।

ନିକଟରେ ତାପସୀ 'ମିଶନ ମଙ୍ଗଲ' ଫିଲ୍ମର ସେଟରୁ ଏକ ପୁରୁଣା ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ପ୍ରଥମ ଫଟୋରେ ପୁରା ଷ୍ଟାରକାଷ୍ଟ ଗୋଟିଏ ଫ୍ରେମରେ ଥିବାବେଳେ ଅନ୍ୟ ଫଟୋରୋ ତାପସୀ, ବିଦ୍ୟା ଏବଂ କିର୍ତ୍ତୀଙ୍କ ଏକ ମଜାଦାର ଫଟୋ ଦେଖିବାକୁ ମିଳିଥିଲା ।

ଫଟୋ ସେୟାର କରି କ୍ୟାପସନରେ ତାପସୀ ଲେଖିଛନ୍ତି, ସେଟର ମଜାଦାର ସ୍ମୃତି । # ମିଶନ୍ ମଙ୍ଗଲ୍ ମୁମେଣ୍ଟସ୍ # କ୍ୱାରେଣ୍ଟାଇନ୍ ପୋଷ୍ଟ # ଥ୍ରୋବ୍ୟାକ୍ । ନିକଟରେ ଏକ ସାକ୍ଷାତକାରରେ ତାପସୀ କାହିଁକି ଏହି ଚଳଚ୍ଚିତ୍ରରେ କାମ କରିବା ପାଇଁ ରାଜି ହୋଇଥିଲେ ତାହା ମଧ୍ୟ ପ୍ରକାଶ କହିଥିଲେ ।

ତାପସୀ କହିଥିଲେ, ମୁଁ 2ଟି ପ୍ରମୁଖ କାରଣ ପାଇଁ ଏହି ଚଳଚ୍ଚିତ୍ରରେ କାମ କରିବାକୁ ରାଜି ହୋଇଥିଲି । ପ୍ରଥମ କାରଣ - ମୁଁ ଏହି କାହାଣୀର ଏକ ଅଂଶ ହେବାକୁ ଚାହୁଁଥିଲି ଏବଂ ଦ୍ୱିତୀୟ କାରଣ ଥିଲା ଏହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା କଳାକାରମାନଙ୍କ ସହ ମୁଁ କାମ କରିବାକୁ ଚାହୁଁଥିଲି । ପରବର୍ତ୍ତୀ ସମୟରେ, ତାପସୀ 'ହସିନ୍ ଦିଲରୁବା', 'ରଶ୍ମୀ ରକେଟ୍' ଏବଂ 'ଶବାଶ ମିଠୁ'ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.