ମୁମ୍ବାଇ: ଖୁବଶୀଘ୍ର ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ଓ ବିକ୍ରାନ୍ତ ମେସୀଙ୍କ ଯୋଡି ପରଦାରେ ଦେଖିବାକୁ ପାଇବେ ଦର୍ଶକ। ଏହି ଯୋଡି ନିର୍ମାତା ଆନନ୍ଦ ଏଲ ରାୟଙ୍କ ଅପକମିଂ ଫିଲ୍ମ ‘ହସୀନ ଦିଲରୁବା’ ରେ ରୋମାନ୍ସ କରୁଥିବାର ନଜର ଆସିବେ। ଯାହାପାଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ତାପସୀ ଓ ବିକ୍ରାନ୍ତ। ଇତିମଧ୍ୟରେ ଜାରି ହୋଇଯାଇଛି ଫିଲ୍ମର ଫାଷ୍ଟଲୁକ ପୋଷ୍ଟର।
ଯାହାକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ତାପସୀ । ଆଉ ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ମୁଁ ଖରାପ ହୋଇପାରେ, କିନ୍ତୁ ଏହା ଉପରେ ମୁଁ ପୁରା ରୂପେ ଭଲ ।’ ଏହାସହ ଏହି ପୋଷ୍ଟରରେ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି ମେକର୍ସ । ଆସନ୍ତା ବର୍ଷ ସେପ୍ଟେମ୍ବର 18ରେ ରିଲିଜ ହେବ ଫିଲ୍ମ ।
- " class="align-text-top noRightClick twitterSection" data="
">
‘ହସୀନା ଦିଲରୁବା’ର କାହାଣୀ ଲେଖିଛନ୍ତି ‘ମନମର୍ଜିୟା’ ଲେଖକ କନିକା ଧିଲୋନ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ଭିନିଲ ମାଥ୍ୟୁ ତୁଲାଉଥିବା ବେଳେ ଆନନ୍ଦ ଏଲ ରାୟ ଫିଲ୍ମର ପ୍ରଯୋଜନା କରୁଛନ୍ତି । ହତ୍ୟାର ରହସ୍ୟଭରା କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମ।