ମୁମ୍ବାଇ: ଅମିତାଭ ବଚ୍ଚନ ଓ ଶାହରୁଖ ଖାନଙ୍କ ମଧ୍ୟରେ କିଛି ଦିନ ପୂର୍ବରୁ ଟ୍ବିଟରରେ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଥିଲା । ଏହି ଯୁଦ୍ଧ ସେହି ସମୟରେ ଆରମ୍ଭ ହୋଇଥିଲା, ଯେବେ ଅମିତାଭ, ଶାହରୁଖ ଓ ଫିଲ୍ମ 'ବଦଲା' ଟିମ ସହ ଅନ୍ୟ ଲୋକଙ୍କୁ ଟାର୍ଗେଟ କରିଥିଲେ । କଥାଟି ହେଲା କି ଫିଲ୍ମର ସଫଳତା ବିଷୟରେ କେହି କିଛି ଆଲୋଚନା ନ କରିବାରୁ ଅସନ୍ତୋଷ ହୋଇଥିଲେ ବିଗ-ବି ।
ଏହାପରେ ଶାହରୁଖ ଓ ଅମିତାଭଙ୍କ ମଧ୍ୟରେ ଟ୍ବିଟରରେ ଏକ୍ସଚେଞ୍ଚ ହୋଇଥିଲା ଯେ ସକ୍ସେସ ପାର୍ଟି କିଏ ଦେବ । ପାର୍ଟିକୁ ନେଇ ଆରମ୍ଭ ହୋଇଥିବା ଏହି ଲଢେଇରେ ସମ୍ପୃକ୍ତ ହୋଇଛନ୍ତି ଏବେ ତାପସୀ ।
ଏକ ସାକ୍ଷାତକାର ସମୟରେ ତାପସୀ କହିଥିଲେ କି ତାଙ୍କୁ ଜଣାନାହିଁ ଅମିତଭା ଓ ଶାହରୁଖଙ୍କ ମଧ୍ୟରେ କିଏ ସକ୍ସେସ ପାର୍ଟି
ଦେବେ । କିନ୍ତୁ ଏହା ସ୍ଥିର ଅଛି କି ମୁମ୍ବାଇ ଫେରିବା ପରେ ସେ ନିହାତି 'ବଦଲା'ର ସକ୍ସେସକୁ ସେଲିବ୍ରେଟ କରିବେ ।
ତାପସୀ ଏହାସହ ଆହୁରି କହିଥିଲେ ଯେ ଫିଲ୍ମ ସହ ସମ୍ପୃକ୍ତ ଥିବା ସମସ୍ତଙ୍କୁ ସେଲିବ୍ରେସନ ପାଇଁ ନିମନ୍ତ୍ରଣ ଦେବେ । ପ୍ରକାଶ ଥାଉକି ଥ୍ରିଲର ଫିଲ୍ମ 'ବଦଲା'କୁ ବକ୍ସ ଅଫିସରେ ଦର୍ଶକଙ୍କ ଠାରୁ ଖୁବ୍ ଭଲ ପାଇବା ମିଳିଛି । ଫିଲ୍ମ ପାଖାପାଖି 85 କୋଟି ଆୟ କରି ହିଟ୍ ସାବ୍ୟସ୍ତ ହୋଇଥିଲା ।