ମୁମ୍ବାଇ: ଆସନ୍ତା କାଲି(ଶୁକ୍ରବାର) ରିଲିଜ ହେବାକୁ ଯାଉଛି ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥାପଡ’। ଫିଲ୍ମ ‘ଥାପଡ’ ଜରିଆରେ ନିର୍ଦ୍ଦେଶକ ଅନୁଭ ସିହ୍ନା ସମାଜକୁ ଏକ ଶକ୍ତ ଚାପୁଡା ମାରିଛନ୍ତି। ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମ ମହିଳାଙ୍କ ସହ ହେଉଥିବା ଘରୋଇ ହିଂସା ଉପରେ ଆଧାରିତ। କିପରି ଜଣେ ମହିଳା ଗୋଟିଏ ଚାପୁଡା ପାଇଁ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେବାକୁ ଲଢୁଛନ୍ତି ତାହା ଦେଖିବାକୁ ପାଇବେ ଦର୍ଶକ।
- " class="align-text-top noRightClick twitterSection" data="
">
ଫିଲ୍ମକୁ ନେଇ ଅନେକ ଅଭିଯାନ ଚଲାଇବା ପରେ ଏବେ ତାପସୀ ସୋସିଆଲ ମିଡିଆରେ ଅନୁଭବଙ୍କ ପାଇଁ ଏକ ଭାବବିହ୍ବଳ ନୋଟ ଲେଖିଛନ୍ତି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ନୋଟ ମାଧ୍ୟମରେ ତାପସୀ ନିର୍ଦ୍ଦେଶକଙ୍କ ପ୍ରତି ନିଜ ପ୍ରେମ ଓ ସମ୍ମାନ ପ୍ରକାଶ କରିଛନ୍ତି।
ସେ ଇନଷ୍ଟାଗ୍ରାମରେ ଅନୁଭବଙ୍କ ପ୍ରଶଂସା କରି କ୍ୟାପସନରେ ଲେଖିଛନ୍ତି, ‘ଜଣା ଅଛି ଆପଣଙ୍କୁ ସାହାରାର ଆବଶ୍ୟକ ନାହିଁ । ମୁଁ କେବଳ ସାଥ ଦେବାକୁ ଆସିଛି । ସେହି ଦିନ ଏବଂ ଆଜି। ଏବେ ଆପଣଙ୍କ ବଡ ପ୍ରଶଂସକ ସାଜିଛି ମୁଁ। ବାସ୍ତବରେ ଜଣାନାହିଁ ମୁଁ ଲେଖକ, ନିର୍ଦ୍ଦେଶକ ଓ ବ୍ୟକ୍ତି କେଉଁ ରୂପେ ଆପଣଙ୍କ ପ୍ରଶଂସକ ସାଜିଛି। ଯଦି ମୁଁ କୌଣସି ବହି ଲେଖୁଛି ତେବେ ତାହା ଆପଣଙ୍କ କାହାଣୀ ବିନା ଅଧୁରା ହେବ। ଆମ ପାଇଁ ଆଉ ଏକ ଶୁକ୍ରବାର। ମୁଲ୍କ ପରେ ଏବେ ଫିଲ୍ମ ଥାପଡ ରିଲିଜ ହେବ।’ ପ୍ରକାଶ ଥାଉକି ପୂର୍ବରୁ ଅନୁଭବଙ୍କ ଚର୍ଚ୍ଚିତ ଫିଲ୍ମ ‘ମୁଲ୍କ’ରେ ଅଭିନୟ କରିସାରିଛନ୍ତି ତାପସୀ।