ETV Bharat / sitara

ବିକ୍କୀଙ୍କ ଉପରେ ଫିଦା ତାପସୀ, କହିଲେ ଏମିତି କିଛି

ରୋମାଣ୍ଟିକ ଡ୍ରାମା ଫିଲ୍ମ 'ମନମର୍ଜିଆ'ରେ ତାପସୀ ପନ୍ନୁ ଓ ବିକ୍କୀ କୌଶଲଙ୍କ କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରାଯାଇଥିଲା । ଏବେ ତାପସୀ, ବିକ୍କୀଙ୍କୁ ନେଇ ଏକ ବୟାନ ଦେଇଛନ୍ତି । ଯାହାକୁ ନେଇ ସେ ଚର୍ଚ୍ଚାରେ...

author img

By

Published : May 15, 2019, 11:42 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ତାୁପସୀ ପନ୍ନୁ

ନୂଆଦିଲ୍ଲୀ: ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ 'ଷାଣ୍ଡ କି ଆଖଂ'ର ସୁଟିଂରେ ଖୁବ୍ ବ୍ୟସ୍ତ । ଏହି ଫିଲ୍ମଟି ଏକ ସତ୍ୟ କାହାଣୀ ଉପରେ ଆଧାରିତ । ଇତିମଧ୍ୟରେ ତାପସୀ କହିଛନ୍ତି କି ସେ ବିକ୍କୀ କୌଶଲଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ଏହାଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ ନା । ତେବେ ଆସନ୍ତୁ ଜାଣିବା ତାପସୀଙ୍କ ମନ କଥା...

ନିକଟରେ ତାପସୀ ଓ ବିକ୍କୀ BFFs With Vogue ସିଜନ-3ରେ ନଜର ଆସିଥିଲେ । ଶୋ’ରେ ତାପସୀ କହିଥିଲେ କି 'ମନମର୍ଜିଆ' ଫିଲ୍ମ ସୁଟିଂ ଆରମ୍ଭ ହେବା ପୂର୍ବରୁ ବିକ୍କୀ ଓ ସେ ହ୍ବାଟ୍ସଅପରେ କଥାବାର୍ତ୍ତା ହୋଇଥିଲେ ।

ଏହାସହ ତାପସୀ ଶୋ’ର ଉତ୍ତର ଦେବାକୁ ଯାଇ କହିଥିଲେ କି ସେ ଅଭିଷେକ ବଚ୍ଚନଙ୍କୁ ହତ୍ୟା କରି ବରୁଣ ଧୱନଙ୍କ ସହ ହୁକଅପ କରିବେ। କିନ୍ତୁ ବିକ୍କୀଙ୍କୁ ବିବାହ କରିବାକୁ ପସନ୍ଦ କରିବେ । କାରଣ ବିକ୍କୀ ମ୍ୟାରେଜ ମ୍ୟାଟେରିଆଲ ।

ଅନ୍ୟପଟେ ବିକ୍କୀ ମଧ୍ୟ କହିଥିଲେ କି ତାପସୀ ବହୁତ ଟ୍ରାନ୍ସପେରେଣ୍ଟ ଏବଂ ବହୁତ କଥା କୁହନ୍ତି । ଆଉ ସେ ତାପସୀଙ୍କ କଥା ଶୁଣିବାକୁ ବେଶ ପସନ୍ଦ କରନ୍ତି । ପ୍ରକାଶ ଥାଉକି 'ମନମର୍ଜିଆ' ଫିଲ୍ମ ସୁଟିଂ କରିବା ସମୟରେ ଦୁଇଜଣଙ୍କ ମଧ୍ୟରେ ଭଲ ବନ୍ଧୁତା ସୃଷ୍ଟି ହୋଇଥିଲା ।

Intro:Body:

dfd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.