ମୁମ୍ବାଇ: ଆଜି ରିଲିଜ ହୋଇଥିବା ହ୍ରିତିକ ରୋଶନ ଅଭିନୀତ ଏବଂ ବିକାଶ ବହଲଙ୍କ ନିର୍ଦ୍ଦେଶିତ ଫିଲ୍ମ 'ସୁପର-30' ଟ୍ରେଲରକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଗତ ବର୍ଷ #MeToo ଅଭିଯାନ ଜରିଆରେ ବିକାଶଙ୍କ ବିରୁଦ୍ଧରେ ଜଣେ ମହିଳା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଯେଉଁ ମାମଲାରେ ଏବେ ତାଙ୍କୁ କ୍ଲିନଚିଟ ମିଳିଯାଇଛି । କିନ୍ତୁ ଅନ୍ୟପଟେ ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ଏହି ମାମଲାକୁ ନେଇ ଦେଇଥିବା ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି ।
ନିଜ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଥିବା ତାପସୀ ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ କର୍ମସ୍ଥଳରେ ଯୌନ ନିର୍ଯାତନା ବିରୋଧରେ ସ୍ବର ଉଠାଇବାକୁ ବନ୍ଦ କରାଯିବା କଥା ନୁହେଁ ଏବଂ #MeTooo ଅଭିଯାନକୁ ସବୁବେଳେ ଜାରି ରଖିବା କଥା । ତାପସୀଙ୍କ ଏହି ବୟାନ ବିକାଶଙ୍କୁ ଯୌନ ଶୋଷଣ ବିରୋଧରେ କ୍ଲିନ ଚିଟ ଦିଆଯିବାର ଠିକ୍ ଦୁଇ ଦିନ ପରେ ସାମ୍ନାକୁ ଆସିଛି ।
ପ୍ରକାଶ ଥାଉକି ବି-ଟାଉନର ସଂସ୍କାରୀ ବାବୁଜୀ ଆଲୋକ ନାଥଙ୍କ ଉପରେ ମଧ୍ୟ ବି-ଟାଉନର ଲେଖିକା, ପ୍ରଯୋଜକ ଦୁଷ୍କର୍ମ ଅଭିଯୋଗ ଲଗାଇଥିଲେ । ନିକଟରେ ଆଲୋକ ନାଥ ଫିଲ୍ମ 'ଦେ ଦେ ପ୍ୟାର ଦେ'ରେ ନଜର ଆସିଥିଲେ ।