ETV Bharat / sitara

ବିବାହ କରିବେ ହିମାଂଶୁ-କନିକା - ବିବାହ କରିବେ ହିମାଂଶୁ-କନିକା

ସ୍ୱରା ଭାସ୍କରଙ୍କ ଏକ୍ସ ବୟଫ୍ରେଣ୍ତ ତଥା ଲେଖକ ହିମାଂଶୁ ଫିଲ୍ମ 'କେଦାରନାଥ'ର ଲେଖକ କନିକାଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଖବର ଅନୁଯାୟୀ ଦୁହେଁ ଗତ ବର୍ଷ ଡେଟିଂ ଆରମ୍ଭ କରିଥିଲେ ଏବଂ ନିକଟରେ ସେମାନଙ୍କ ସମ୍ପର୍କକୁ ସାର୍ବଜନୀନ କରିଥିଲେ । ବର୍ତ୍ତମାନ ଶୀଘ୍ର ସେମାନେ ବିବାହ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

swara-bhaskers-ex-beau-himanshu-sharma-engaged-to-writer-kanika-dhillon
ବିବାହ କରିବେ ହିମାଂଶୁ-କନିକା
author img

By

Published : Dec 15, 2020, 5:24 PM IST

ନୂଆଦିଲ୍ଲୀ: ପୂର୍ବରୁ ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ଡେଟ କରୁଥିବା ଲେଖକ ହିମାଂଶୁ ଶର୍ମା 'କେଦାରନାଥ' ଚଳଚ୍ଚିତ୍ରର ଲେଖକ କନିକା ଢିଲନଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଏହି ଖୁସି ଖବର ବିଷୟରେ ସୂଚନା ଦେଇ କନିକା ଇନଷ୍ଟାଗ୍ରାମରେ ବିବାହ ବନ୍ଧନରେ ଆବଦ୍ଧ ହେବାର ଏକ ଫଟୋ ସେୟାର କରିଛନ୍ତି ।

ଏହି ଖବର ତୁରନ୍ତ ଭାଇରାଲ ହୋଇଥିଲା, ଏହା ପରେ ତାପସୀ ପନ୍ନୁ, ସୋନଲ, ଫିଲ୍ମ 'ବଧାଇ ହୋ' ର ନିର୍ଦ୍ଦେଶକ ଅମିତ ଶର୍ମା ଏବଂ ଅନ୍ୟାନ୍ୟ ସେଲିବ୍ରିଟି ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ହିମାଂଶୁ 'ତନୁ ୱେଡସ ମନୁ', 'ତନୁ ୱେଡସ ମନୁ ରିଟର୍ନସ୍' ଏବଂ ' ରାଞ୍ଝଣା' ଭଳି ଅନେକ ବ୍ଲକବଷ୍ଟର ଫିଲ୍ଲ ପାଇଁ ଜଣାଶୁଣା ହୋଇଥିବାବେଳେ କନିକା ମନମର୍ଜିଆ ଏବଂ କେଦାରନାଥ ଫିଲ୍ମର ଲେଖକ ଥିଲେ । ଏଥିସହିତ ସେ ବର୍ତ୍ତମାନ ଶାହରୁଖ ଖାନଙ୍କ ଅଭିନୀତ ରାଜ କୁମାର ହିରାନୀଙ୍କ ଆଗାମୀ ଚଳଚ୍ଚିତ୍ରରେ କାମ କରୁଛନ୍ତି ।

ଖବର ଅନୁଯାୟୀ, ଦୁହେଁ ଗତ ବର୍ଷ ଡେଟିଂ ଆରମ୍ଭ କରିଥିଲେ ଏବଂ ନିକଟରେ ସେମାନଙ୍କ ସମ୍ପର୍କକୁ ସାର୍ବଜନୀନ କରିଥିଲେ । ବର୍ତ୍ତମାନ ଶୀଘ୍ର ସେମାନେ ବିବାହ କରିବାକୁ ଯାଉଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, 2019 ରେ ହିମାଂଶୁ ଏବଂ ସ୍ବରାଙ୍କର ବ୍ରେକଅପ୍ ହୋଇଯାଇଥିଲା ।

ଏଥି ସହିତ, କନିକା ତାଙ୍କ ଚଳଚ୍ଚିତ୍ର ନିର୍ମାତା ତଥା ସ୍ବାମୀ ପ୍ରକାଶ କୋବେଲାମୁଦିଙ୍କ ଠାରୁ 2017 ରେ ଅଲଗା ହୋଇଯାଇଥିଲେ, କିନ୍ତୁ 2019 ରେ ଏହି ଖବର ପ୍ରକାଶ ପାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.