ETV Bharat / sitara

ଦିଲ୍ଲୀ ନିର୍ବାଚନ ଫଳାଫଳ: ଖୁସି ଜାହିର କଲେ ସ୍ବରା

author img

By

Published : Feb 12, 2020, 3:55 PM IST

ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ ଆଦମି ପାର୍ଟିକୁ ଜବରଦସ୍ତ ସଫଳତା ମିଳିଛି। ଯାହାର ଖୁସି ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଟ୍ବିଟରେ ଦେଖିବାକୁ ମିଳୁଛି।

swara bhasker
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସ୍ବରା ଭାସ୍କର

ମୁମ୍ବାଇ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ବି-ଟାଉନର ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଖୁସି ନକହିଲେ ସରେ । ସେ ମଙ୍ଗଳବାର ଆମ ଆଦମୀ ପାର୍ଟିର ବିଜୟରେ ଖୁସି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । ସେ ଟ୍ବିଟରରେ ଦୁଇଟି ଟ୍ବିଟ କରି ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ସ୍ବରା ଭାସ୍କର

ଏହାସହ ସେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେ ପ୍ରଥମ ଟ୍ବିଟରେ ଲେଖିଛନ୍ତି, ‘ଦିଲ୍ଲୀ ମେରି ଜାନ, ତୁମ ସେ ଫିର ସେ ପ୍ୟାର ହୋ ଗୟା ହେ।’

tweet
ଫଟୋ ସୌଜନ୍ୟ: ଟ୍ବିଟର@ସ୍ବରା ଭାସ୍କର

ସେହିପରି ଦ୍ବିତୀୟ ଟ୍ବିଟରେ ସେ ଲେଖିଛନ୍ତି, ‘ଅନେକ ଅନେକ ଶୁଭେଚ୍ଛା ଅରବିନ୍ଦ କେଜ୍ରିୱାଲ।’ ପ୍ରକାଶ ଥାଉକି ଦୀର୍ଘ ସମୟରୁ ସ୍ବରା କେନ୍ଦ୍ରର ବିଜେପି ସରକାର ବିରୋଧରେ କହିଆସୁଛନ୍ତି । ସେ ଅନେକଥର ଏନଆରସି, ସିଏଏ ଭଳି ପ୍ରସଙ୍ଗ ଉପରେ ବିରୋଧ ପ୍ରଦର୍ଶନ ମଧ୍ୟ କରିସାରିଛନ୍ତି । ଯାହା ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର୍ସଙ୍କ ଶିକାର ହେବାକୁ ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.