ମୁମ୍ବାଇ: ମାଲେଗାଂଓ ବିସ୍ପୋରଣ ପରେ ଚର୍ଚ୍ଚାରେ ଆସିଥିବା ସାଧ୍ବୀ ପ୍ରଜ୍ଞା ଆଜି ବିଜେପିର ହାତ ଧରିଛନ୍ତି । ସେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଏହାକୁ ନେଇ ବଲିଉଡର କଣ୍ଟ୍ରୋଭର୍ସି ଅଭିନେତ୍ରୀ ସ୍ବରା ଭାସ୍କର ତାଙ୍କୁ ଟାର୍ଗେଟ କରିଛନ୍ତି । ସେ ଏକ ଟ୍ବିଟକୁ ରିଟ୍ବିଟ କରି ଲେଖିଛନ୍ତି 'ଶୀଘ୍ର' ।
-
Jaldi 🙄🙄🙄🙄 https://t.co/uvCsH1C5tT
— Swara Bhasker (@ReallySwara) April 17, 2019 " class="align-text-top noRightClick twitterSection" data="
">Jaldi 🙄🙄🙄🙄 https://t.co/uvCsH1C5tT
— Swara Bhasker (@ReallySwara) April 17, 2019Jaldi 🙄🙄🙄🙄 https://t.co/uvCsH1C5tT
— Swara Bhasker (@ReallySwara) April 17, 2019
କଥାଟି ହେଲା କି VictimGames ନାମକ ଏକ ଟ୍ବିଟର ହ୍ୟାଣ୍ଡଲରୁ ଟ୍ବିଟ କରାଯାଇଥିଲା । ସେଥିରେ ଲେଖାଯାଇଥିଲା, "ଏବେ ଯେତେବେଳେ ସାଧ୍ବୀ ପ୍ରଜ୍ଞା ବିଜେପିର ପ୍ରାର୍ଥୀ ହୋଇଛନ୍ତି ତେବେ ଶମ୍ଭୁଲାଲ ରେଗରଙ୍କୁ ନିଜ ପିତା କେବେ କରିବେ ସଂଘୀ ।" ସ୍ବରା ଏହି ଟ୍ବିଟକୁ ନେଇ ନିଜର ପକ୍ଷ ରଖିଥିବାର ନଜର ଆସିଥିଲେ ।
ପ୍ରକାଶ ଥାଉକି ଶମ୍ଭୁଲାଲ ରେଗର ରାଜସ୍ଥାନର ରାଜସମନ୍ଦର କ୍ୟାମେରା ସାମ୍ନାରେ ଜଣେ 50 ବର୍ଷିୟ ବ୍ୟକ୍ତିକୁ ହତ୍ୟା କରିଥିଲେ । ଘଟଣା ପରେ ଶବକୁ ଜଳାଇଦିଆଯାଇଥିଲା । ଅନ୍ୟପଟେ ମହାରାଷ୍ଟ୍ରର ମାଲେଗାଂଓ ବୋମା ବିସ୍ପୋରଣ କେସରେ ଅଭିଯୁକ୍ତ ରୂପେ ଚର୍ଚ୍ଚାରେ ଆସିଥିବା ପ୍ରଜ୍ଞା ଠାକୁର ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିଲେ । ଏହି କେସରେ ସେ ନିର୍ଦ୍ଦୋଷ ରୂପେ ଖଲାସ ହୋଇଥିଲା । ସେ ପ୍ରାୟତଃ ନିଜ କଡା ବୟାନରେ କଂଗ୍ରେସକୁ ଟାର୍ଗେଟ କରିଥାଆନ୍ତି ।
ଇତିମଧ୍ୟରେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମଧ୍ୟ ପ୍ରଦେଶ ପାଇଁ ବିଜେପି ନିଜର ପ୍ରାର୍ଥୀ ତାଲିକା ଜାରି କରିଛି । ପ୍ରଜ୍ଞାଙ୍କୁ ଭୋପାଲ ସେଟରୁ ବିଜେପିର ପ୍ରାର୍ଥୀ କରାଯାଇଛି ।