ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର 22 ଜଣ ଶ୍ରମିକଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପଟନମରୁ ବିହାର ଫେରିବାରେ ସାହାଯ୍ୟ କରିଛନ୍ତି ।
ସ୍ୱରା କହିଛନ୍ତି, 'ମୁଁ ମୋର ଟ୍ୱିଟର ଆକାଉଣ୍ଟକୁ କୋଭିଡ -19 ପାଇଁ ଏକ ପ୍ଲାଟଫର୍ମ ଭାବରେ ବ୍ୟବହାର କରୁଛି । ମୁଁ ବିଭିନ୍ନ ଗୋଷ୍ଠୀ ଏବଂ ବ୍ୟକ୍ତିବିଶେଷଙ୍କ ସହ ଜଡିତ ଅଛି ଏବଂ ତାପରେ ମୁଁ ଭାଇଜାଗରେ ଫସି ରହିଥିବା ଏହି ପ୍ରବାସୀ ଶ୍ରମିକମାନଙ୍କ ବିଷୟରେ ଜାଣିଥିଲି ।
ପୋଲିସ ଏବଂ ବିଶେଷ କରି ଆଇପିଏସ୍ ବିଶାଲ ଗୁନିଙ୍କ ଏହି ଶୀଘ୍ର ପଦକ୍ଷେପ ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ । ସେ ଭାଇଜାଗ କଲେକ୍ଟରଙ୍କ ସହ ଯୋଗାଯୋଗରେ ରହି 4 ରୁ 5 ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିଥିଲେ ।
ଏହି ସମୟରେ, ମୁଁ ପ୍ରବାସୀ ଶ୍ରମିକମାନଙ୍କ ସହିତ ଯୋଗାଯୋଗରେ ରହି ସେମାନଙ୍କ ପ୍ରୋଜେକ୍ଟ ମ୍ୟାନେଜରଙ୍କ ସହ କଥାବାର୍ତ୍ତା କରିଥିଲି ଏବଂ ସେମାନଙ୍କ ସାହାଯ୍ୟ କରିଥିଲି ।
ସ୍ୱରା ସ୍ୱୀକାର କରିଛନ୍ତି, ଏହା ଅତ୍ୟନ୍ତ କଷ୍ଟସାଧ୍ୟ ସମୟ, ତେଣୁ ଆମେ ମିଳିମିଶି ଏହାର ମୁକାବିଲା କରିବା ।
ପ୍ରକାଶ ଥାଉ କି, ସ୍ୱରା ଶ୍ରମିକମାନଙ୍କ ସ୍ୱତନ୍ତ୍ର ଟ୍ରେନରେ 1350 ଶ୍ରମିକଙ୍କୁ ଟିକେଟ୍ ଦେବାରେ ସାହାଯ୍ୟ କରିଛନ୍ତି ଯାହାଦ୍ୱାରା ସେମାନେ ଉତ୍ତରପ୍ରଦେଶ ଏବଂ ବିହାରରେ ନିଜ ଘରେ ପହଞ୍ଚିପାରିବେ । ସେ ଶ୍ରମିକମାନଙ୍କୁ ଚପଲ ମଧ୍ୟ ଯୋଗାଇ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ