ହାଇଦ୍ରାବାଦ: ‘ଏଭଳି ପରିସ୍ଥିତିରେ ପରିବାରକୁ ସମର୍ଥନ କର’ ବୋଲି ସୁନୈନାଙ୍କୁ କହିଛନ୍ତି ହ୍ରିତିକଙ୍କ ଏକ୍ସ ୱାଇଫ ସୁଜେନ । ଟ୍ବିଟରରେ ଏବେ ରୋଶନ ପରିବାର ଓ ରଙ୍ଗୋଲି ଚନ୍ଦେଲଙ୍କ ଭିତରେ ଚାଲିଛି ଜବରଦସ୍ତ ଲଢେଇ । ଲଢେଇର କାରଣ ହ୍ରିତିକଙ୍କ ଭଉଣୀ ସୁନୈନା ।
ନିକଟରେ ରଙ୍ଗୋଲି ଟ୍ବିଟରେ ହ୍ରିତିକଙ୍କ ପରିବାର ବିରୋଧରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଥିଲେ । ରଙ୍ଗୋଲି କହିଥିଲେ ହ୍ରିତିକ ନିଜ ଭଉଣୀ ସୁନୈନାଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଏପରିକି ନିଜେ ସୁନୈନା ମଧ୍ୟ ଏହାକୁ ସମର୍ଥନ କରିଥିଲେ । ମାତ୍ର ଏବେ ହ୍ରିତିକଙ୍କ ସପକ୍ଷରେ ବାହାରିଛନ୍ତି ସୁଜେନ ।
ସୁଜେନଙ୍କ କହିବା କଥା ସୁନୈନାଙ୍କୁ ପରିବାରରେ ଯଥେଷ୍ଟ ସମ୍ମାନ ଦିଆଯାଏ । ପରିବାର ସହ ସୁନୈନାଙ୍କ ଭଲ ସମ୍ପର୍କ ରହିଛି । ତେଣୁ ପରିବାରର ଅସୁବିଧା ସମୟରେ ଏପରି ଆକ୍ଷେପ କରିବା ଠିକ ନୁହେଁ । ପ୍ରକାଶଥାଉକି, ସୁନୈନା-ହ୍ରିତିକଙ୍କ ପିତା ରାକେଶ ରୋଶନ ମଧ୍ୟ ଚିକିତ୍ସିତ ହେଉଛନ୍ତି ତେବେ ଏହି ସମୟରେ ପରିବାର ସହ ରହିବାକୁ କହିଛନ୍ତି ସୁଜେନ ।