ETV Bharat / sitara

ସୁସ୍ମିତା@ବ୍ରହ୍ମାଣ୍ଡ ସୁନ୍ଦରୀ, ସିଲଭର ଜୁବଲିରେ ବୟଫ୍ରେଣ୍ଡଙ୍କ ଶୁଭେଚ୍ଛା - rohman shawl

ମାତ୍ର 18 ବର୍ଷ ବୟସରେ ମିସ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନ । ଆଜିଠୁ ଠିକ୍ 25 ବର୍ଷ ପୂର୍ବେ ମିସ ୟୁନିଭର୍ସର ମୁକୁଟ ଜିତିଥିଲେ ସୁସ୍ମିତା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସୁସ୍ମିତା ସେନ
author img

By

Published : May 21, 2019, 9:54 PM IST

ମୁମ୍ବାଇ: ଅଭିନେତ୍ରୀ ସୁସ୍ମିତା ସେନ ଆଜିଠୁ ଠିକ୍ 25 ବର୍ଷ ପୂର୍ବେ ମିସ ୟୁନିଭର୍ସର ମୁକୁଟ ଜିତି ବିଶ୍ବ ସ୍ତରରେ ଭାରତର ନାମ ଗର୍ବିତ କରିଥିଲେ । ଏହି ମୁକୁଟ ଜିତିଥିବା ସେ ପ୍ରଥମ ଭାରତୀୟ ମହିଳା । 1994 ମେ 21ରେ ଫିଲିପାଇନ୍ସରେ ସୁସ୍ମିତା ମିସ ୟୁନିଭର୍ସର ମୁକୁଟ ପିନ୍ଧିଥିଲେ ।

ଆଜି ଏହି ଅବସରରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟୁଥିବାର ଦେଖିବାକୁ ମିଳୁଛି । ଇତିମଧ୍ୟରେ ତାଙ୍କ ବୟଫ୍ରେଣ୍ଡ ରୋହମନ ଶଲ୍ ମଧ୍ୟ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରୋହମନ ସୁସ୍ମିତାଙ୍କ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସୁସ୍ମିତା ମିସ ୟୁନିଭର୍ସର ମୁକୁଟ ପିନ୍ଧିଥିବାର ନଜର ଆସୁଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, "ୟୁନିଭର୍ସକୁ ଜିତିବା 25 ବର୍ଷ ହୋଇଗଲା" । ଅନ୍ୟପଟେ ସୁସ୍ମିତା ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରକାଶ ଥାଉକି ମାତ୍ର 18 ବର୍ଷ ବୟସରେ ମିସ ୟୁନିଭର୍ସ ମୁକୁଟ ପିନ୍ଧିବା ପରେ ସୁସ୍ମିତା ଅଭିନୟ ଦୁନିଆରେ ପଦାର୍ପଣ କରିଥିଲେ । 1996ରେ ଆସିଥିବା ଫିଲ୍ମ 'ଦସ୍ତକ' ଜରିଆରେ ସୁସ୍ମିତା ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ସେ 'ସିର୍ଫ ତୁମ', 'ବିବି ନମ୍ବର-1' ଏବଂ 'ମୈଂ ହୁଁ ନା' ଭଳି ଫିଲ୍ମରେ ନଜର ଆସିଥିଲେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.