ହାଇଦ୍ରାବାଦ: ସୁସ୍ମିତା ସେନଙ୍କ ଭାଇ ରାଜିବ ସେନ କରିଛନ୍ତି କୋର୍ଟ ମ୍ୟାରେଜ । ଟେଲିଭିଜନ ଅଭିନେତ୍ରୀ ଚାରୁ ଅସୋପାଙ୍କୁ କରିଛନ୍ତି ବିବାହ । ବିବାହ ଅବସରରେ ରାଜିବ ଧଳା କୁର୍ତ୍ତା ସହ ଚାରୁ ନାଲି କଲର ଶାଢିରେ ନଜର ଆସିଥିଲେ ।

ଚାରୁ ଓ ରାଜିବ ପରସ୍ପରକୁ ବର୍ଷେ ହେବ ଡେଟ କରି ଆସୁଥିଲେ । ତେବେ ଚାରୁଙ୍କର ପ୍ରଥମ ଚଏସ ରାଜିବ ନଥିଲେ । ଚାରୁ 2009ରେ ଟେଲିଭିଜନ ଦୁନିଆକୁ ଏଣ୍ଟ୍ରି ମାରିଥିଲେ । ‘ୟେ ହେ ମୋହବତେଁ’, ‘ବାଲବୀର’ଭଳି ଅନେକ ସିରିଏଲରେ କାମ କରିଥିଲେ ମଧ୍ୟ ‘ମେରେ ଅଙ୍ଗନେ ମେ’ରେ ସ୍ବତନ୍ତ୍ର ପରିଚୟ ପାଇଥିଲେ ।

ତେବେ ସେଥିରେ ତାଙ୍କ ଭାଇ ଚରିତ୍ରରେ ଥିବା ନିରଜ ମାଲବୀୟଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏପରିକି 2016ରେ ନିର୍ବନ୍ଧ ମଧ୍ୟ ସରିଥିଲା ମାତ୍ର 2017ରେ ଅଲଗା ହୋଇଯାଇଥିଲେ । ସେହିପରି ରାଜିବ ମଧ୍ୟ ଚାରୁଙ୍କ ପୂର୍ବରୁ କୃତି ସାନନଙ୍କ ସାନ ଭଉଣୀ ନୁପୁରଙ୍କୁ ଡେଟ କରୁଥିଲେ ।
