ETV Bharat / sitara

ଭଉଣୀ ନୀତୁଙ୍କ ଫେକ୍ ଟ୍ୱିଟର ପ୍ରୋଫାଇଲ ବିଷୟରେ ସୂଚନା ଦେଲେ ଶ୍ୱେତା

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଖୁବ ଜୋରଦାର ଚାଲିଛି । ଏହି ସମୟରେ ଜଣେ ୟୁଜର୍ସ ଅଭିନେତାଙ୍କ ଭଉଣୀ ନୀତୁ ସିଂଙ୍କ ନାମରେ ଏକ ଫେକ୍ ଟ୍ୱିଟର ଆକାଉଣ୍ଟ ଖୋଲିଛି । ଯାହା ବିଷୟରେ ସୁଶାନ୍ତଙ୍କ ଦ୍ୱିତୀୟ ଭଉଣୀ ଶ୍ୱେତା ସୂଚନା ଦେଇଛନ୍ତି ଏବଂ ଏହି ଫେକ ପ୍ରୋଫାଇଲରେ ରିପୋର୍ଟ କରିବାକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

sushants sister shweta warns netizen about fake twitter handle of eldest sibling
ଭଉଣୀ ନୀତୁଙ୍କ ଫେକ୍ ଟ୍ୱିଟର ପ୍ରୋଫାଇଲ ବିଷୟରେ ସୂଚନା ଦେଲେ ଶ୍ୱେତା
author img

By

Published : Aug 4, 2020, 7:52 PM IST

ମୁମ୍ବାଇ: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବଡ଼ ଭଉଣୀ ନୀତୁ ସିଂଙ୍କ ନାମରେ ଏକ ଫେକ ଟ୍ୱିଟର ଆକାଉଣ୍ଟ ଖୋଲାଯାଇଛି । ସୁଶାନ୍ତଙ୍କ ଦ୍ୱିତୀୟ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଏ ବିଷୟରେ ସତର୍କ କରାଇଥିଲେ ।

ମଙ୍ଗଳବାର ଦିନ, ନୀତୁଙ୍କ ଫେକ ପ୍ରୋଫାଇଲର ସ୍କ୍ରିନସଟ ସହିତ ଶ୍ୱେତା ଟ୍ୱିଟ୍ କରି ଲେଖିଛନ୍ତି, ଦୟାକରି ଏହି ପ୍ରୋଫାଇଲ୍ ରିପୋର୍ଟ କରନ୍ତୁ । ମୋ ଭଉଣୀ ନୀତୁ ଟ୍ୱିଟର ବ୍ୟବହାର କରନ୍ତି ନାହିଁ । ପୂର୍ବରୁ ମୋ ନାମରେ ଏମିତି ଏକ ଫେକ ଟ୍ୱିଟର ଆକାଉଣ୍ଟ ଖୋଲାଯାଇଥିଲା ଏବଂ ବର୍ତ୍ତମାନ ମୋ ଭଉଣୀଙ୍କ ନାମରେ ଖୋଲାଯାଇଛି । ଏହି ଫେକ୍ ପ୍ରୋଫାଇଲ୍ କୁ ରିପୋର୍ଟ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।

ଶ୍ୱେତା ଏକ ପୃଥକ ଟ୍ୱିଟରେ ଅନ୍ୟ ପ୍ରୋଫାଇଲର ସ୍କ୍ରିନସଟ ସେୟାର କରି ଲେଖିଛନ୍ତି ଯେ, ଶ୍ୱେତା କିର୍ତ୍ତୀ ସିଂ ଏକ ଫେକ ପ୍ରୋଫାଇଲ, ଦୟାକରି ସଚେତନ ରୁହନ୍ତୁ ।

ସୋମବାର ଦିନ, ନୀତୁ ରାକ୍ଷୀବନ୍ଧନରେ ସ୍ୱର୍ଗତ ଭାଇ ସୁଶାନ୍ତଙ୍କୁ ସ୍ମରଣ କରି ଏକ ଚିଠି ଲେଖିଥିଲେ । ଏହି ଚିଠିର ସ୍କ୍ରିନସଟ୍ ଅଫିସିଆଲ୍ ଫେସବୁକ୍ ଆକାଉଣ୍ଟରେ ସେୟାର କରି ଶ୍ୱେତା ଲେଖିଛନ୍ତି, "ମେରୀ ରାନୀ ଦି, ମାଆଙ୍କ ମୃତ୍ୟୁ ପରେ ପରେ ଆମେ ତୁମକୁ ମାଆଙ୍କ ସ୍ଥାନ ଦେଇଥିଲୁ । ଆମେ ତୁମକୁ ସବୁବେଳେ ବହୁତ ଭଲ ପାଉ । ରାକ୍ଷୀବନ୍ଦନ, ମୋର ରାନୀ । ଭାଇ, ସବୁବେଳେ ଆମ ସହିତ ଅଛନ୍ତି । ତାଙ୍କର ଭଲପାଇବା ଆମେ ସମସ୍ତଙ୍କ ସହ ସବୁବେଳେ ଅଛି ।

ଉଲ୍ଲେଖନୀୟ, 14 ଜୁନ୍ ରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ଆତ୍ମହତ୍ୟା ଅଭିଯୋଗ ମୁମ୍ବାଇ ପୋଲିସ ଦ୍ୱାରା ଅନୁସନ୍ଧାନ କରାଯାଉଛି । ଏହା ବ୍ୟତୀତ ବିହାରର ଏକ ପୋଲିସ ଟିମ୍ ମଧ୍ୟ ଏହି ମାମଲାର ତଦନ୍ତ ପାଇଁ ମୁମ୍ବାଇ ଯାଇଛନ୍ତି । ସୁଶାନ୍ତଙ୍କ ମାମଲାରେ ଉଭୟ ବିହାର ପୋଲିସ ଏବଂ ମୁମ୍ବାଇ ପୋଲିସ ନିଜସ୍ୱ ଅନୁସନ୍ଧାନ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.