ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନି ମଙ୍ଗଳବାର ପୁଣି ଥରେ ଏନଫୋର୍ସମେଣ୍ଟ ଡାଇରୋକରେଟ (ଇଡି) ରେ ହାଜର ହୋଇ ମନି ଲଣ୍ଡରିଂ ଘଟଣାରେ ତାଙ୍କ ବୟାନ ଦେଇଛନ୍ତି ।
ବୟାନ ଅନୁଯାୟୀ ଆଇଟି ପ୍ରଫେସନାଲ ସିଦ୍ଧାର୍ଥ 14 ଜୁନ୍ ଦିନ ସୁଶାନ୍ତଙ୍କ ଫ୍ଲାଟରେ ଉପସ୍ଥିତ ଥିଲେ ଯେତେବେଳେ ଅଭିନେତାଙ୍କ ମୃତଦେହ ମିଳିଥିଲା । ସୋମବାର ତାଙ୍କୁ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଧରି ଫାଇନାସିଆଲ ଇନଭେଷ୍ଟିକେସନ ଏଜେନ୍ସିର ଅଧିକାରୀମାନେ ପଚରାଉଚରା କରିଥିଲେ।
ଜଣେ ଇଡି ଅଧିକାରୀ କହିଛନ୍ତି ଯେ, ସିଦ୍ଧାର୍ଥଙ୍କୁ ସୁଶାନ୍ତଙ୍କ ମନି ଲଣ୍ଡରିଂର ସହ ଜଡିତ ସମସ୍ତ ପ୍ରଶ୍ନ ପଚରାଯାଇଥିଲା ।
ଏଥିସହିତ ସୁଶାନ୍ତ ତାଙ୍କ କମ୍ପାନୀରେ ବିନିଯୋଗ କରିଥିବା ଟଙ୍କା ବିଷୟରେ ମଧ୍ୟ ପଚରାଉଚରା କରାଯାଇଛି । ଯେଉଁଥିରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଅନ୍ତର୍ଭୁକ୍ତ ।
ଏହି ଘଟଣାର ତଦନ୍ତରେ ଇଡି ଏପର୍ଯ୍ୟନ୍ତ 6 ଜଣଙ୍କୁ ପଚରାଉଚରା କରିଛନ୍ତି । ମଙ୍ଗଳବାର ସୁଶାନ୍ତଙ୍କ ଭଉଣୀ ମିତୁ ସିଂ ମଧ୍ୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ