ETV Bharat / sitara

ଇର୍ଫାନଙ୍କ ଅଧୁରା ପ୍ରୋଜେକ୍ଟକୁ ପୁରା କରିବେ ସୁଶାନ୍ତ - ଆନନ୍ଦ ଗାନ୍ଧୀ

ଆକ୍ଟର ଇର୍ଫାନ ଖାନଙ୍କ ଦେହାନ୍ତ ପରେ ତାଙ୍କୁ ନେଇ ଚାଲିଥିବା ଅନେକ ପ୍ରୋଜେକ୍ଟ ଏବେ ଖାଲି ପଡିଛି । ନିଜ ଚତ୍ମକାର ଅଭିନୟ ଯୋଗୁଁ ତାଙ୍କୁ ନେଇ ଅନେକ ଫିଲ୍ମ ତିଆରି କରିବାକୁ ନିର୍ଦ୍ଦେଶକ ଓ ପ୍ରଯୋଜକ ସ୍ଥିର କରିଥିଲେ । ଅଧିକ ପଢନ୍ତୁ....

ଇର୍ଫାନଙ୍କ ଅଧୁରା ପ୍ରୋଜେକ୍ଟକୁ ପୁରା କରିବେ ସୁଶାନ୍ତ

author img

By

Published : May 14, 2020, 4:24 PM IST

ମୁମ୍ବାଇ: ବଲିଉଡର ଭର୍ସାଟାଇଲ ଆକ୍ଟର ଇର୍ଫାନ ଖାନଙ୍କ ଦେହାନ୍ତ ପରେ ତାଙ୍କୁ ନେଇ ଚାଲିଥିବା ଅନେକ ପ୍ରୋଜେକ୍ଟ ଏବେ ଖାଲି ପଡିଛି । ନିଜ ଚତ୍ମକାର ଅଭିନୟ ଯୋଗୁଁ ତାଙ୍କୁ ନେଇ ଅନେକ ଫିଲ୍ମ ତିଆରି କରିବାକୁ ନିର୍ଦ୍ଦେଶକ ଓ ପ୍ରଯୋଜକ ସ୍ଥିର କରିଥିଲେ । ସେହିପରି ଜଣେ ନିର୍ଦ୍ଦେଶକ ହେଉଛନ୍ତି ଆନନ୍ଦ ଗାନ୍ଧୀ ।

ତୁମ୍ବାଡର ନିର୍ଦ୍ଦେଶକ ଆନନ୍ଦ ଇର୍ଫାନଙ୍କୁ ନେଇ ଏକ ଫିଲ୍ମ କରିବାକୁ ସ୍ଥିର କରିଥିଲେ । ଏଥିପାଇଁ ସେ ଗତ 5 ବର୍ଷ ହେବ ପ୍ରସ୍ତୁତି କରୁଥିଲେ । ଏପରିକି ସ୍କ୍ରିପ୍ଟ କାମ ମଧ୍ୟ ଚାଲିଥିଲା । ଏଥିରେ କୋରୋନା ଭାଇରସ ସମ୍ବନ୍ଧୀୟ କିଛି ଦୃଶ୍ୟ ମଧ୍ୟ ସାମିଲ ହୋଇଥାନ୍ତା । ତେବେ ବର୍ତ୍ତମାନ ଇର୍ଫାନଙ୍କ ଦେହାନ୍ତ ପରେ ଆନନ୍ଦଙ୍କୁ ବଡ ଝଟକା ଲାଗିଛି ।

ଆନନ୍ଦ କହିଛନ୍ତି ଯେ ବଡ ଦୁଃଖର ବିଷୟ ତାଙ୍କୁ ଏହି ପ୍ରୋଜେକ୍ଟ ପାଇଁ ଏତେ ବର୍ଷ ଲାଗିଗଲା । କାରଣ ସେ ଇର୍ଫାନଙ୍କୁ ଲିଡରେ ନେବାକୁ ଚାହୁଁଥିଲେ । ତେବେ ଏବେ ତାଙ୍କ ଦେହାନ୍ତ ପରେ ସୁଶାନ୍ତ ସିଂହ ରାଜପୁତଙ୍କୁ ନେବାକୁ ଚାହୁଁଛନ୍ତି । ଆନନ୍ଦ ଓ ସୁଶାନ୍ତ ଉତ୍ତମ ବନ୍ଧୁ । ସେ ଏହି ଫିଲ୍ମ ପାଇଁ ରାଜି ହେବେ ବୋଲି ଆନନ୍ଦ ଆଶା ରଖିଛନ୍ତି । ଏହାସହ ଫିଲ୍ମରେ ଅଷ୍ଟ୍ରେଲିଆନ ଆକ୍ଟର ହ୍ୟୁଗୋ ବିବିଙ୍ଗ ମଧ୍ୟ ଅଭିନୟ କରିବେ । ସେହିପରି ଲିଡରେ 4 ଜଣ ଅଭିନେତ୍ରୀ ଆକ୍ଟିଂ କରିବେ ବୋଲି ସେ କହିଛନ୍ତି ।

ଫିଲ୍ମ କାହାଣୀ ଉପରେ ଆନନ୍ଦ କହିଛନ୍ତି ଯେ କୋରୋନା ମହାମାରୀର ବିକଟ ରୂପକୁ ଦର୍ଶକଙ୍କୁ ଦେଖାଇବାର ଯୋଜନା ଥିଲା । ହେଲେ ବର୍ତ୍ତମାନ ଲୋକେ ନିଜେ ଏହାର ଭୟାବହତାକୁ ଅନୁଭବ କରିସାରିଲେଣି । ଫଳରେ ସ୍କ୍ରିପ୍ଟରେ ସାମାନ୍ୟ ପରିବରର୍ତ୍ତନ କରି କୋରୋନା ପରବର୍ତ୍ତୀ ଜୀବନ ଦେଖାଇବାକୁ ସ୍ଥିର କରାଯାଇଛି । ଏହାର ନାମ ପ୍ରାଥମିକ ପର୍ଯ୍ୟାୟରେ ଏମର୍ଜେନ୍ସି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.