ETV Bharat / sitara

ସୁଶାନ୍ତଙ୍କ ଶେଷ ଫିଲ୍ମ ଅଭିନେତ୍ରୀ ସଞ୍ଜନାଙ୍କ ବୟାନ ରେକର୍ଡ

ବାନ୍ଦ୍ରା ପୋଲିସ ଷ୍ଟେସନରେ ପହଞ୍ଚିଲେ ଡେବ୍ୟୁ ଅଭିନେତ୍ରୀ ସଞ୍ଜନା ସାଙ୍ଘୀ । ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ସଞ୍ଜନାଙ୍କ ବୟାନ ରେକର୍ଡ କରିବ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 30, 2020, 3:57 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ କ୍ରମାଗତ ଭାବେ ତଦନ୍ତ ଚଳାଇଛି । ଏଯାବତ ଏହି ମାମଲାରେ ପୋଲିସ ତାଙ୍କ ବନ୍ଧୁବାନ୍ଧବ, ପରିବାର ସଦସ୍ୟ, ଗାଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିସାରିଲାଣି । ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ତାଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ଅଭିନେତ୍ରୀ ସଞ୍ଜନା ସାଙ୍ଘୀ । ମଙ୍ଗଳବାର ତାଙ୍କ ବୟାନ ରେକର୍ଡ କରୁଛି ପୋଲିସ । ଯାହାପାଇଁ ସେ ବାନ୍ଦ୍ରା ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି ।

ପ୍ରକାଶ ଥାଉକି ସଞ୍ଜନାଙ୍କ ପୂର୍ବରୁ ୟଶରାଜ ଫିଲ୍ମସର କାଷ୍ଟିଂ ନିର୍ଦ୍ଦେଶିକାଙ୍କୁ ପଚରାଉଚରା କରିଥିଲା ପୋଲିସ । ପୋଲିସ ଯାଞ୍ଚ କରୁଛି ଯେ ତାଙ୍କର କାହା ସହ ବୃତ୍ତିଗତ ଶତ୍ରୁତା ଥିଲା କି ନାହିଁ । ଯାହାଦ୍ବାରା ସେ ଡିପ୍ରେସନରେ ଆସି ଆତ୍ମହତ୍ୟା କରିଛନ୍ତି ।

ଗତ 14 ତାରିଖରେ ସୁଶାନ୍ତ ମୁମ୍ବାଇ ସ୍ଥିତ ନିଜ ନିବାସରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ଯାହାପର ଠୁ ତାଙ୍କ ମୃତ୍ୟୁରେ କ୍ରୋଧିତ ଥିବା ଫ୍ୟାନ୍ସ, ସେଲିବ୍ରିଟି ଓ ରାଜନେତା ବଲିଉଡରେ ଚାଲିଥିବା ପରିବାରବାଦ, ଗୋଷ୍ଠୀବାଦ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସେହିପରି ଅନେକ ଫ୍ୟାନ୍ସଙ୍କ ରାଗର ଶିକାର ଫେମସ ସେଲିବ୍ରିଟି ମଧ୍ୟ ହୋଇଛନ୍ତି । ଯାହାପାଇଁ ସେମାନଙ୍କୁ ସୋସିଆଲ ମିଡିଆରେ ବାରମ୍ବାର ଟ୍ରୋଲ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.