ମୁମ୍ବାଇ: ବର୍ତ୍ତମାନ ସବୁ ମହଲରେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା । ଏଯାବତ ତାଙ୍କ ମୃତ୍ୟୁକୁ ସେହି ସହଜରେ ବିଶ୍ବାସ କରିପାରୁନାହାଁନ୍ତି । ତାଙ୍କ ବନ୍ଧୁ, ସମ୍ପର୍କୀୟ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ତାଙ୍କ ସହ ବିତାଇଥିବା ସ୍ମୃତି ବିଷୟରେ ଆଲୋଚନା କରୁଛନ୍ତି । ଅନେକ ବନ୍ଧୁ ଜଣାଇଛନ୍ତି କିପରି ସୁଶାନ୍ତ ଅନ୍ୟ ଅଭିନେତାଙ୍କ ଠୁ ସମ୍ପୂର୍ଣ୍ଣ ଭିନ୍ନ ଥିଲେ । ଇତିମଧ୍ୟରେ ଏମଟିଭି ଭିଜେ ଆୟଶା ଅଦଲଖା ବନ୍ଧୁ ସୁଶାନ୍ତଙ୍କ ସହ କରିଥିବା ପ୍ରଥମ ସାକ୍ଷାତର ସ୍ମୃତି ସମସ୍ତଙ୍କ ସହ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ଆୟଶା ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ‘ପ୍ରଥମଥର ମୁଁ ସୁଶାନ୍ତଙ୍କୁ ତାଙ୍କ ବାନ୍ଦ୍ରା ଘରେ ଭେଟିଥିଲି । ଆମେ ଆତ୍ମହତ୍ୟା ବିଷୟରେ କଥା ହୋଇଥିଲୁ । ମୋର ମନେ ଅଛି ଆମେ ଦୁହେଁ ବାଲକୋନିରୁ ତଳକୁ ଚାହୁଁଥିଲୁ, ଆଉ ପରସ୍ପରକୁ ପଚାରିଥିଲୁ ଯଦି ଏଠାରୁ ତଳକୁ ଖସିପଡିବା ତେବେ କଣ ହେବ । ଡେଉଁକି ଆତ୍ମହତ୍ୟା କଲେ କେମିତି ଲାଗିବ ଏହା ବିଷୟରେ ମଧ୍ୟ କଥା ହୋଇଥିଲୁ । ସେହିପରି ଜୀବନକୁ ମଜାଳିଆ ଅନ୍ଦାଜରେ କେମିତି ବଞ୍ଚିବା ତାହା ମଧ୍ୟ ସୁଶାନ୍ତ କହିଥିଲେ । ସେହି ରାତିରେ ମଜାମସ୍ତି କରି ମୁଁ ଘରକୁ ଫେରିଆସିଥିଲି ।’ ହେଲେ ସେ ବାସ୍ତବରେ ଆତ୍ମହତ୍ୟା କରିଛନ୍ତି ତାହା ବିଶ୍ବାସ ହେଉନାହିଁ ବୋଲି ଲେଖିଛନ୍ତି ଆୟଶା ।
ସେହିପରି ସୁଶାନ୍ତଙ୍କ ଏକ ଫଟୋ ସେୟାର କରିଛନ୍ତି ଆୟଶା । ଯେଉଁଥିରେ ତାଙ୍କ ସହ ମସ୍ତି କରୁଥିବାର ନଜର ଆସିଛନ୍ତି ।