ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ପାରିବାରିକ ଓକିଲ ବିକାଶ ସିଂ ଏବେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । ସୁଶାନ୍ତଙ୍କ ସୁସାଇଡ କେସରେ ବର୍ତ୍ତମାନ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ କଡାକଡି ଯାଞ୍ଚ ଚାଲିଛି । ହେଲେ କିଛି ଦିନ ହେବ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ହ୍ବାଟ୍ସଆପ ଚାଟକୁ ନେଇ ମଧ୍ୟ ସବୁ ମହଲରେ ଚର୍ଚ୍ଚା । କାରଣ ରିଆଙ୍କ ଚାଟରୁ ଜଣାପଡିଛି ଯେ ସେ ଡ୍ରଗ୍ସ ଡିଲିଂ କରୁଥିଲେ । ଏହି ମାମଲା ଉପରେ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି ବୟାନ ଦେଇସାରିଛନ୍ତି । ଆଉ ଏବେ ବିକାଶ ଜବାବ ଦେଇଛନ୍ତି ।
ସେ ନିଜ ବୟାନରେ କହିଛନ୍ତି, ‘ସୁଶାନ୍ତଙ୍କ ପରିବାର ଯେତେବେଳେ ଏଫଆଇଆର ରୁଜୁ କରିଥିଲେ ସେହି ସମୟରୁ କୁହାଯାଉଥିଲା ଯେ ସୁଶାନ୍ତଙ୍କୁ ମେଡିସିନର ଓଭରଡୋଜ ଦିଆଯାଇଛି । ଯାହାଦ୍ବାରା ତାଙ୍କ ମାନସିକ ସନ୍ତୁଳନ ବିଗିଡି ଯାଇଥିଲା । ହେଲେ ଏବେ ସାମ୍ନାକୁ ଆସିଥିବା କିଛି ରିପୋର୍ଟରୁ ଜଣାପଡୁଛି ଯେ ସେହି ମେଡିସିନ ସୁଶାନ୍ତଙ୍କୁ ଦିଆଯାଉଥିଲା ଯାହା ଉପରେ ପ୍ରତିବନ୍ଧକ ଲାଗିଛି । ଏହା ବର୍ତ୍ତମାନ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମାମଲା । ଯାଞ୍ଚର ପ୍ରକ୍ରିୟା ବ୍ୟାପକ ହେବାକୁ ଯାଉଛି । ’
ପ୍ରକାଶ ଥାଉକି ରିଆଙ୍କ ବିରୁଦ୍ଧରେ ବର୍ତ୍ତମାନ ଡ୍ରଗ୍ସ ଡିଲରଙ୍କ ସହ ସମ୍ପର୍କ ଥିବା କଥା ସାମନାକୁ ଆସିଛି । ଯାହାକୁ ନେଇ ସୁଶାନ୍ତଙ୍କ କେସରେ ଏବେ ନୂଆ ମୋଡ ସାମ୍ନାକୁ ଆସିଛି ।