ମୁମ୍ବାଇ: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମଗ୍ର ଦେଶକୁ ଥରାଇ ଦେଇଛି । ଏଭଳି ପରିସ୍ଥିତିରେ ତାଙ୍କର ଶେଷ ଚଳଚ୍ଚିତ୍ରର କୋ-ଷ୍ଟାର ସଞ୍ଜନା ସାଙ୍ଗୀ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି ।
ସୁଶାନ୍ତ ଏବଂ ସଞ୍ଜନାଙ୍କ ଫିଲ୍ମ 'ଦିଲ୍ ବେଚାରା' ହେଉଛି ହଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର 'ଫଲ୍ଟ ଇନ ଆଓ୍ବାର ଷ୍ଟାରର୍ସ'ର ରିମେକ୍ ।
ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ତାଙ୍କ ପୋଷ୍ଟରେ ସଞ୍ଜନା ଲେଖିଛନ୍ତି, ଯେଉଁମାନେ କୁହନ୍ତି ଯେ, ସମୟ ସହିତ ସବୁକିଛି ଠିକ ହୋଇଯିବ, ସେମାନେ ମିଛ କୁହନ୍ତି । କିଛି ଦୁଃଖ ଏମିତି ମଧ୍ୟ ଅଛି ଯାହା ସର୍ବଦା ସତେଜ ରହେ ଏବଂ ଏହା ବାରମ୍ବାର ଯନ୍ତ୍ରଣା ଦିଏ । ଏହି ଦୁଃଖଗୁଡ଼ିକ ମଧ୍ୟରେ ଏକ ଫିଲ୍ମ ମଧ୍ୟ ଅଛି, ଯାହା ସମସ୍ତଙ୍କ ପାଇଁ ଉପହାର ସଦୃଶ । ବର୍ତ୍ତମାନ କେବଳ ଏହି ମୁହୂର୍ତ୍ତଗୁଡ଼ିକର ସ୍ମୃତି ଏକାଠି ରହିବ ।
ପ୍ରକାଶ ଥାଉ କି, ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା' ରିଲିଜ ହେବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ