ପାଟନା: ହ୍ୟାଣ୍ଡସମ ଆକ୍ଟର ସୁଶାନ୍ତ ସିଂ ରାଜପୁତ ଆଉ ଆମ ଗହଣରେ ନାହାଁନ୍ତି । ରବିବାର ତାଙ୍କ ଆତ୍ମହତ୍ୟା ଖବର ଶୁଣି ସେଲିବ୍ରିଟିଙ୍କ ଠୁ ନେଇ ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ । ହେଲେ ତାଙ୍କ ମୃତ୍ୟୁ ପରେ ବଲିଉଡ ଓ ସୋସିଆଲ ମିଡିଆରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି । କିଛି ଲୋକ ଅଭିଯୋଗ କରିଛନ୍ତି ଯେ ବଲିଉଡର ଚାପ ପାଇଁ ସୁଶାନ୍ତ ଡିପ୍ରେସନରେ ଥିଲେ । ଯାହାପାଇଁ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି । ଇତିମଧ୍ୟରେ ବିହାରବାସୀ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ବଲିଉଡ ଫିଲ୍ମର ବଏକଟ ଉପରେ ସ୍ବର ଉଠାଇଛନ୍ତି ।
କଥାଟି ହେଲା ଯେ ସୁଶାନ୍ତ ବିହାରର ନିବାସୀ ଥିଲେ । ଏଥିନିମନ୍ତେ ବିହାରର ବହୁ ରାଜନେତା ତଥା ସାମାଜିକ କର୍ମୀ ତାଙ୍କ ମୃତ୍ୟୁକୁ ନେଇ ସ୍ବର ଉଠାଇଛନ୍ତି । ପାଟନାରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ହମ)ର ମୁଖପାତ୍ର ଡାକ୍ଟର ଦାନିଶ ରିଜୱାନ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଏହାସହ ସେ ବିହାରବାସୀ ଓ ସୁଶାନ୍ତଙ୍କ ଫ୍ୟାନ୍ସଙ୍କୁ ଅପିଲ କରିଛନ୍ତି ଯେ ସଲମାନ ଓ କରନଙ୍କ ଆଗାମୀ ଫିଲ୍ମକୁ ପୁରା ରୂପେ ବଏକଟ କରିଦିଅନ୍ତୁ ।
ଆଉ କହିଛନ୍ତି ଯେ ତାଙ୍କ ଦଳ ଏହି ମାମଲାରେ ସଲମାନ ଖାନ ଏବଂ କରନଙ୍କ ବିରୋଧରେ ମାମଲା ଦାୟର କରିବେ । ପ୍ରକାଶ ଥାଉକି ଯେ ସଲମାନ ଏବଂ କରନ ଚାପ ଯୋଗୁଁ ସୁଶାନ୍ତଙ୍କୁ କିଛି ଫିଲ୍ମରୁ ବାହାର କରି ଦିଆଯାଇଥିଲା ।