ETV Bharat / sitara

ସୁଶାନ୍ତ ମା୍ମଲା: ଗୁରୁବାର ସନ୍ଧ୍ୟାରେ ମୁମ୍ବାଇରେ ପହଞ୍ଚିବେ ସିବିଆଇ ଟିମ - sushant singh rajput death case

ସିବିଆଇ ସୂତ୍ର ଅନୁଯାୟୀ, ସୁଶାନ୍ତଙ୍କ ମାମଲାର ଯାଞ୍ଚ ପାଇଁ ଏକ ଏସଆଇଟି ଟିମ୍ ଗୁରୁବାର ସନ୍ଧ୍ୟାରେ ମୁମ୍ବାଇରେ ପହଞ୍ଚିବେ । ଏହି ଟିମ ସେହି ଦିନ ମୁମ୍ବାଇରେ ପହଞ୍ଚି ଆନୁଷ୍ଠାନିକ ଭାବେ ତଦନ୍ତ କରିବେ । ଅଧିକ ପଢନ୍ତୁ...

sushant singh rajput death case cbi team to reach mumbai thursday later
ସୁଶାନ୍ତଙ୍କ କେସ : ଗୁରୁବାର ସନ୍ଧ୍ୟାରେ ମୁମ୍ବାଇରେ ପହଞ୍ଚିବେ ସିବିଆଇ ଟିମ
author img

By

Published : Aug 20, 2020, 4:38 PM IST

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ବ ସିବିଆଇକୁ ହସ୍ତକ୍ଷେପ କରିଛନ୍ତି ।

ସିବିଆଇ ସୂତ୍ର ଅନୁଯାୟୀ, ଏସଆଇଟି ଟିମ୍ ଗୁରୁବାର ସନ୍ଧ୍ୟାରେ ମୁମ୍ବାଇରେ ପହଞ୍ଚିବେ । ଏହି ଟିମ ସେହି ଦିନ ମୁମ୍ବାଇରେ ପହଞ୍ଚି ଆନୁଷ୍ଠାନିକ ଭାବେ ତଦନ୍ତ କରିବେ ।

ମୁମ୍ବାଇ ଯାଉଥିବା ଟିମକୁ ସିବିଆଇର ପୋଲିସ ଅଧୀକ୍ଷକ (ଏସପି) ନୁପୁର ପ୍ରସାଦ ନେତୃତ୍ୱ ନେବେ । କୋଭିଡ -19 ସହ ଜଡିତ ଡାକ୍ତରୀ ରିପୋର୍ଟ ସହିତ ସେମାନେ ମୁମ୍ବାଇରେ ପହଞ୍ଚିବେ । ସୂତ୍ରଅନୁଯାୟୀ, ମୁମ୍ବାଇ ପୋଲିସର ସିବିଆଇ ଟିମ୍ ଦ୍ୱାରା ସମସ୍ତ ଡକ୍ୟୁମେଣ୍ଟ୍ ସଂଗ୍ରହ କରାଯିବ ଏବଂ ସେମାନେ ସୁଶାନ୍ତଙ୍କ ମାମଲା ପରିଚାଳନା କରୁଥିବା ଅନୁସନ୍ଧାନକାରୀ ଅଧିକାରୀଙ୍କୁ ମଧ୍ୟ ଭେଟିବେ ।

ଯଦି ଆବଶ୍ୟକ ହୁଏ ତେବେ ଏହି ଟିମ୍ ମୁମ୍ବାଇ ପୋଲିସର ଡିସିପିଙ୍କ ସହ ମଧ୍ୟ କଥା ହେବେ ।

ଅଧିକ ସୂଚନା ସଂଗ୍ରହ ପାଇଁ ଏହି ଟିମ ସୁଶାନ୍ତଙ୍କ ଭଉଣୀ ମିତୁ ସିଂଙ୍କୁ ମଧ୍ୟ ଭେଟିବେ ବୋଲି ଆଶା କରାଯାଉଛି ।

ଜୁଲାଇ 25 ରେ ସୁଶାନ୍ତଙ୍କ ପିତା କେ.କେ ସିଂ ବିହାର ପୋଲିସ ନିକଟରେ ଦାଖଲ କରିଥିବା ଅଭିଯୋଗକୁ ଭିତ୍ତି କରି ସିବିଆଇ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ପିତା ଇନ୍ଦ୍ରଜିତ, ମାତା ସନ୍ଧ୍ୟା, ଭାଇ ଶୋଭିକ, ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ଏବଂ ଫ୍ଲାଟମେଟ ସାମୁଏଲଙ୍କ ବିରୋଧରେ ଏକ ମାମଲା ଦାୟର କରିଛନ୍ତି ।

ପ୍ରକାଶ ଥାଉ କି, ସିବିଆଇ ସୁଶାନ୍ତଙ୍କ ପିତା ଏବଂ ତାଙ୍କ ବଡ଼ ଭଉଣୀ ରାନୀ ସିଂଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ଏଜେନ୍ସି ସୂତ୍ର ଅନୁଯାୟୀ, ତାଙ୍କ ପରିବାର କହିଛନ୍ତି ଯେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.