ETV Bharat / sitara

ସୁଶାନ୍ତଙ୍କ ଆତ୍ମହତ୍ୟାରେ ରାଗିଲେ ବିଜେପି ନେତା, ଆଣିଲେ ଏହି ଅଭିଯୋଗ - ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସାମ୍ନାକୁ ଆସିଲେ ବିଜେପି ନେତା ନିଶିକାନ୍ତ ଦୁବେ

ଏବେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସାମ୍ନାକୁ ଆସିଲେ ବିଜେପି ନେତା ନିଶିକାନ୍ତ ଦୁବେ । ସୋସିଆଲ ମିଡିଆରେ ପୋଷ୍ଟ କରି ନିର୍ମାତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ କହିଲେ ସେ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 17, 2020, 8:38 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚିନ୍ତିତ ସମସ୍ତେ । କିଛି ଲୋକ ବର୍ତ୍ତମାନ ତାଙ୍କ ମତ୍ୟୁ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବାରେ ଲାଗିଛନ୍ତି । ସେହିପରି ଆଉ କିଛି ଲୋକେ ବଲିଉଡରେ ଚାଲିଥିବା ପରିବାରବାଦ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ହେଲେ ସୁଶାନ୍ତ ଡିପ୍ରେସନରେ ଥିବା ହେତୁ ଆତ୍ମହତ୍ୟା କରିଛନ୍ତି ବୋଲି ଶୁଣିବାକୁ ମିଳୁଛି । ଏବେ ତାଙ୍କ ଆତ୍ମହତ୍ୟାକୁ ନେଇ ରାଜନୀତି ମହଲ ମଧ୍ୟ ଗରମ । ପ୍ରଥମେ କଂଗ୍ରେସ ନେତାଙ୍କ ପ୍ରଶ୍ନ । ଆଉ ଏବେ ବିଜେପି ନେତା ନିଶିକାନ୍ତ ଦୁବେ ବଲିଉଡ ନିର୍ମାତାଙ୍କ ବିରୋଧରେ କେସ ରୁଜୁ କରିବାକୁ ଦାବି କରିଛନ୍ତି ।

  • सुशांत सिंह राजपूत की मौत की न्यायिक जॉंच होनी चाहिए,मुम्बई फ़िल्म इंडस्ट्री में व्याप्त माफियागिरी व सिंडिकेट को ख़त्म करने के लिए पूर्वांचल के कलाकारों को संघर्ष का बिगुल फूँकना चाहिए ⁦@MumbaiPolice⁩ ⁦@ManojTiwariMP⁩ ⁦@ravikishannpic.twitter.com/nJbSrL1VkZ

    — Dr Nishikant Dubey (@nishikant_dubey) June 15, 2020 " class="align-text-top noRightClick twitterSection" data=" ">

ସେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ବଲିଉଡର ସେହି ନିର୍ମାତାଙ୍କ ବିରୋଧରେ କେସ ରୁଜୁ କରିବାକୁ ଦାବି କରିଛନ୍ତି । ଯେଉଁମାନଙ୍କ ପାଇଁ ସୁଶାନ୍ତ ଆତ୍ମହତ୍ୟା ଭଳି ପଦକ୍ଷେର ନେଇଥିଲେ ।

ଏହାବ୍ୟତୀତ ନିଶିକାନ୍ତ ଟ୍ବିଟରରେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ଉପରେ ଟ୍ବିଟ କରି ନିଜର ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେହିପରି ଭିଡିଓରେ ସେ କହିଛନ୍ତି, ‘ସୁଶାନ୍ତଙ୍କ ମୃତ୍ୟୁରେ ନ୍ୟାୟିକ ତଦନ୍ତ କରାଯିବା ଦରକାର । ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ମାଫିଆଗିରି ଓ ସିଣ୍ଡିକେଟ ଶେଷ କରିବା ପାଇଁ ପୂର୍ବାଞ୍ଚଳର କଳାକାରଙ୍କୁ ସଂଘର୍ଷ କରିବା ଦରକାର । ଫିଲ୍ମ ଇଣ୍ଡଷ୍ଟ୍ରି ପୂର୍ବାଞ୍ଚଳ, ବିହାର, ୟୁପି, ମଧ୍ୟପ୍ରେଦଶ ଏବଂ ଛଚିଶଗଡର ଲୋକଙ୍କ ଦ୍ବାରା ପରିଚାଳିତ । ହେଲେ ଏହି ସ୍ଥାନରୁ ମୁମ୍ବାଇ ଯାଉଥିବା ପିଲାମାନଙ୍କୁ ନିର୍ଯ୍ୟାତନା ଦିଆଯାଏ । ଯାହାଦ୍ବାରା ସେମାନେ ଆତ୍ମହତ୍ୟା ଭଳି ପଦକ୍ଷେପ ନିଅନ୍ତି ।’ ଏହାସହ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଅନେକ କଥା କହିଛନ୍ତି ।

ଆଉ ଯେଉଁ ନିର୍ମାତା ସୁଶାନ୍ତଙ୍କୁ ଫିଲ୍ମର ବଏକଟ କରିଥିଲେ ଏବଂ ତାଙ୍କୁ ଫିଲ୍ମରୁ କାଢି ଥିଲେ ସେମାନଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଉ ବୋଲି ଭିଡିଓରେ ଦାବି କରିଛନ୍ତି ସେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.