ETV Bharat / sitara

ବଲିଉଡ ଡ୍ରଗ୍ସ  ଲିଙ୍କ: ରକୁଲଙ୍କୁ ସମନ ଜାରି କଲା ଏନସିବି - ଡ୍ରଗ୍ସ ମାମଲା

ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ନାଁ ସାମ୍ନାକୁ ଆସିଥିଲା । ଆଜି ସକାଳେ ଡ୍ରଗ୍ ଯାଞ୍ଚ ମାମଲାରେ ଏନସିବି ଅଧିକାରୀମାନେ ରକୁଲଙ୍କ ବାସଭବନରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

Sushant Singh Rajput case: The NCB officials reach Rakul Preet Singh's residence to serve summons in the drug probe
ଡ୍ରଗ୍ସ ମାମଲା: ରକୁଲଙ୍କୁ ଏନସିବିର ସମନ
author img

By

Published : Sep 24, 2020, 3:53 PM IST

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ନାଁ ସାମ୍ନାକୁ ଆସିଥିଲା ।

ଆଜି ସକାଳେ ଡ୍ରଗ୍ ଯାଞ୍ଚ ମାମଲାରେ ଏନସିବି ଅଧିକାରୀମାନେ ରକୁଲଙ୍କ ବାସଭବନରେ ପହଞ୍ଚିଛନ୍ତି । ପୂର୍ବରୁ ଏନସିବିଙ୍କ ଦ୍ବାରା ପଠାଯାଇଥିବା ସମନକୁ ଗ୍ରହଣ କରିବାକୁ ମନା କରିଦେଇଥିବା ରକୁଲ ବର୍ତ୍ତମାନ ଏହି ସମନ ଗ୍ରହଣ କରିଛନ୍ତି । ରକୁଲ ଏନସିବିକୁ କହିଛନ୍ତି ଯେ, ସେ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଯାଞ୍ଚରେ ଯୋଗଦେବେ ।

ଡ୍ରଗ୍ସ ମାମଲା: ରକୁଲଙ୍କୁ ଏନସିବିର ସମନ

ଏନସିବି ଅଧିକାରୀ କେପିଏସ୍ ମାଲହୋତ୍ରା କହିଛନ୍ତି ଯେ, ରକୁଲ ବାହାନା କରୁଛନ୍ତି । ଏନସିବି ଅଧିକାରୀମାନେ ରକୁଲଙ୍କ ସହ ଅନେକ ଥର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ରକୁଲ ଏନସିବିକୁ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

ରକୁଲଙ୍କ ବ୍ୟତୀତ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଏବଂ ସାରାଙ୍କୁ ମଧ୍ୟ ଏନସିବି ଡକାଇଛି । ସେପ୍ଟେମ୍ବର 25 ରେ ଦୀପିକା ଏନସିବି ସମ୍ମୁଖରେ ହାଜର ହେବେ । ସାରା ଏବଂ ଶ୍ରଦ୍ଧାଙ୍କୁ ସେପ୍ଟେମ୍ବର 26 ରେ ପଚରାଉଚରା କରାଯିବ ।

ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ଗୁରୁବାର ସକାଳେ ସିମୋନ ଖମ୍ବାଟା ଏନସିବି କାର୍ଯ୍ୟାଳୟରେ ପଚରାଉଚରା ପାଇଁ ପହଞ୍ଚିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.