ETV Bharat / sitara

ସୁଶାନ୍ତ ମୃତ୍ୟୁ ମାମଲା: କରନ-ଆଦିତ୍ୟଙ୍କ ସମେତ 9 ନିର୍ମାତାଙ୍କୁ ନୋଟିସ୍ ଜାରି

author img

By

Published : Oct 12, 2020, 4:25 PM IST

ମୁଜାଫରପୁର ଓକିଲ ସୁଧୀର ଓଝା ମୁଜାଫରପୁର ସିଜେଏମ କୋର୍ଟରେ ଜୁନ 17ରେ ଅଭିଯୋଗ ଦାଖଲ କରିଥିଲେ । ଏବେ ବଲିଉଡର ଆଉ 9 ନିର୍ମାତାଙ୍କ ନାମରେ ନୋଟିସ୍ ଜାରି ହୋଇଛି । ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି କରନ ଜୋହର ଓ ଆଦିତ୍ୟ ଚୋପ୍ରା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଚାରି ମାସ ବିତିଗଲାଣି । ହେଲେ ଏଯାବତ ହଟୁନି ପରଦା । ନିକଟରେ ଏମ୍ସ ଫରେନ୍ସିକ ରିପୋର୍ଟରେ ଆତ୍ମହତ୍ୟାର ମୋହର ମାରିଥିଲା ସିବିଆଇ । ଇତିମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ତାଙ୍କ ମାମଲାରେ ମୁଜାଫରପୁର ଅତିରିକ୍ତ ଜିଲ୍ଲା ତଥା ସେସନ୍ସ ଜଜ ନିର୍ମାତା କରନ ଜୋହର, ଆଦିତ୍ୟ ଚୋପ୍ରା ଓ ଅନ୍ୟ ସାତ ଜଣ ନିର୍ମାତାଙ୍କ ବିରୋଧରେ ନୋଟିସ୍ ଜାରି କରିଛନ୍ତି।

ସେପଟେ ଏହି ମାମଲାରେ ସୁପରଷ୍ଟାର ସଲମାନ ଖାନଙ୍କୁ ଆଶ୍ବସ୍ତି ମିଳିଛି। ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରେ ମୁଜାଫରପୁର ଓକିଲ ସୁଧୀର ଓଝା ପରିବାରବାଦକୁ ଆଧାର କରି ମୁଜାଫରପୁର ସିଜେଏମ କୋର୍ଟରେ ଜୁନ 17ରେ ଅଭିଯୋଗ ଦାଖଲ କରିଥିଲେ । ସେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ 9 ନିର୍ମାତାଙ୍କୁ ଦାୟୀ କରି ଆଇପିସିର ଧାରା 306, 504 ଏବଂ 506 ଅନୁଯାୟୀ ଏକ ଅଭିଯୋଗ ଆଣିଥିଲେ ।

ଯାହାର ପ୍ରଥମ ଶୁଣାଣି ଅକ୍ଟୋବର 7ରେ ହୋଇଛି । ସେହିପରି ଏହି ମାମଲାରେ ସଲମାନଙ୍କ ଓକିଲ ତାଙ୍କ ପକ୍ଷ ରଖିଥିବାରୁ ତାଙ୍କୁ ଆଶ୍ବସ୍ତି ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.