ETV Bharat / sitara

ବାନ୍ଦ୍ରା ପୋଲିସ ଷ୍ଟେସନରେ ମହେଶ ଭଟ୍ଟଙ୍କ ବୟାନ ରେକର୍ଡ

author img

By

Published : Jul 27, 2020, 5:12 PM IST

ଫେମସ ନିର୍ମାତା ମହେଶ ଭଟ୍ଟ ପହଞ୍ଚିଲେ ପୋଲିସ ଷ୍ଟେସନରେ । ସୁଶାନ୍ତଙ୍କ କେସରେ ତାଙ୍କ ବୟାନ ରେକର୍ଡ କରୁଛି ପୋଲିସ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏଯାବତ ତଦନ୍ତ ଚଳାଇଆସୁଛି ମୁମ୍ବାଇ ପୋଲିସ । ତାଙ୍କ ସହ ସମ୍ପୃକ୍ତ ଥିବା 40ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ ହୋଇସାରିଲାଣି । ସେହିପରି ସୋମବାର ଫେମସ ନିର୍ମାତା, ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ବୟାନ ରେକର୍ଡ କରାଯାଉଛି । ଯାହା ପାଇଁ ସେ ଅପରାହ୍ନ 12ରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ।

ପୋଲିସ ଷ୍ଟେସନ ବାହାରୁ ମହେଶଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୋରୋନା ଭାଇରାସ ପାଇଁ ମହେଶ ଫେସ ସିଲ୍ଡ ଲଗାଇଥିବାର ଫଟୋରେ ଦେଖାଯାଉଛନ୍ତି । ରବିବାର ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଘୋଷଣ କରିଥିଲେ ଯେ ମହେଶ ଭଟ୍ଟ ଓ କରନ ଜୋହରଙ୍କ ବୟାନ ରେକର୍ଡ କରାଯିବ । ସେପଟେ କରନଙ୍କ ମ୍ୟାନେଜରଙ୍କୁ ମୁମ୍ବାଇ ପୋଲିସ ସମନ ପଠାଇଛି ।

ପ୍ରକାଶ ଥାଉକି ମହେଶଙ୍କ ପୂର୍ବରୁ ନିର୍ଦ୍ଦେଶକ ରୁମୀ ଜାଫରୀଙ୍କ ବୟାନ ରେକର୍ଡ କରାଯାଇଥିଲା । ସେହିପରି ଫେମସ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ, ଶେଖର କପୁର ଓ ଆଦିତ୍ୟ ଚୋପ୍ରାଙ୍କ ବୟାନ ରେକର୍ଡ କରିସାରିଛି ପୋଲିସ ।

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.