ETV Bharat / sitara

ଲିକ୍ ହେଲା ସୁଶାନ୍ତଙ୍କ ବିଲ୍ଡିଂ ସିସିଟିଭ ଫୁଟେଜ, ନଜର ଆସିଲେ ପୂର୍ବତନ କର୍ମଚାରୀ

author img

By

Published : Aug 18, 2020, 7:17 PM IST

କିଛି ଦିନ ହେ ସୋସିଆଲ ମିଡିଆରେ ଘୁରିବୁଲୁଛି ସୁଶାନ୍ତଙ୍କ ବିଲ୍ଡିର ସିସିଟିଭି ଫୁଟେଜ । ଯେଉଁଥିରେ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଦୁଇମାସ ବିତିଲାରିଲାଣି । ହେଲେ ଏଯାବତ ତାଙ୍କ ମୃତ୍ୟୁ ସମସ୍ତଙ୍କ ପାଇଁ ରହସ୍ୟମୟ ହୋଇ ରହିଛି । ପ୍ରାୟତଃ ତାଙ୍କ ସହ ସମ୍ପୃକ୍ତ ଥିବା କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି । ଏବେ ତାଙ୍କ ବିଲ୍ଡିଂର ସିସିଟିଭ ଫୁଟେଜ ଭାଇରାଲ ହେବା ଚର୍ଚ୍ଚା ଜୋର ଧରିଛି । ଯେଉଁଥିରେ ଜଣେ ମିଷ୍ଟ୍ରି ଗାର୍ଲଙ୍କୁ ଦେଖିବାକୁ ମିଳିଥିଲା । ଯାହାଙ୍କ ଖୁଲାସା ମଧ୍ୟ ହୋଇସାରିଛି ।

ଏହି ମିଷ୍ଟ୍ରି ଗାର୍ଲ ଆଉ କେହି ନୁହେଁ ସେ ହେଲେ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ବନ୍ଧୁ ଜାମିଲା । ହେଲେ ଜାମିଲାଙ୍କ ବ୍ୟତୀତ ସୁଶାନ୍ତଙ୍କ ମୃତ ଶରୀର ପାଖରେ ଆଉ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା ।

ଯିଏ ବ୍ଲାଙ୍କ କଲର ଟି-ସିର୍ଟ ପିନ୍ଧି ମୁହଁରେ ମାସ୍କ ଲଗାଇଥିବାର ନଜର ଆସୁଥିଲେ । ସେ ସୁଶାନ୍ତଙ୍କ ଘରେ ପୋଲିସ ସହ ମଧ୍ୟ ଉପସ୍ଥିତ ଥିଲେ । ଆଉ ହାତରେ ଏକ କଳା ରଙ୍ଗର ବ୍ୟାଗ ଧରିଥିଲେ । ସେହିପରି ସୁଶାନ୍ତଙ୍କ ମୃତଶରୀର ଆମ୍ବୁଲାନ୍ସରେ ଭର୍ତ୍ତି କରିବା ପର୍ଯ୍ୟନ୍ତ ସେ ସେହି ସ୍ଥାନରେ ନଜର ଆସୁଥିଲେ । ଜାମିଲା ମଧ୍ୟ ତାଙ୍କ ସହ କଥାବାର୍ତ୍ତା କରୁଥିବାର ଭିଡିଓରେ ଦେଖାଯାଇଛନ୍ତି ।

ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା ଯେ ସେହି ବ୍ୟକ୍ତିଙ୍କ ହାତରେ ଥିବା କଳା ବ୍ୟାଗ କିଛି ସମୟ ପରେ ଦେଖିବାକୁ ମିଳିନଥିଲା । ପ୍ରକାଶ ଥାଉକି ସେହି ବ୍ୟକ୍ତି ଜଣଙ୍କ ସୁଶାନ୍ତଙ୍କ ଏକ୍ସ ଷ୍ଟାଫ ଦିବେଶ ସାୱନ୍ତ ବୋଲି ଶୁଣିବାକୁ ମିଳୁଛି । ହେଲେ ଏବେ ପ୍ରଶ୍ନ ସୃଷ୍ଟି ହେଉଛି ଯେ ସେ ଧରିଥିବା ବ୍ୟାଗରେ କଣ ଲୁଚାଇଥିଲେ । ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା ।

ସେପଟେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଏକ ସାକ୍ଷାତକାରରେ ଯୋଗ ଦେଇ କହିଥିଲେ ଯେ ମୁମ୍ବାଇ ପୋଲିସକୁ ପୂର୍ବରୁ ସବୁ ଜଣାଥିଲା । ତଥାପି ପୋଲିସ ତରଫରୁ ସବୁ ଜିନିଷକୁ ଖଣ୍ଡନ କରାଯାଉଛି । ସୁଶାନ୍ତଙ୍କ କେସରେ ମୁମ୍ବାଇ ପୋଲିସ ତଥ୍ୟ ଲୁଚାଇଛି । ଯାହା ସମସ୍ତଙ୍କ ସାମ୍ନାକୁ ଆସିବା ଦରକାର।

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.