ETV Bharat / sitara

ସୁଶାନ୍ତ ମାମଲା: ଟିଭି ଚ୍ୟାନେଲ ବିରୋଧରେ ମାନହାନି ମକଦ୍ଦମା କଲେ ସନ୍ଦୀପ

author img

By

Published : Oct 15, 2020, 9:40 PM IST

ମିଥ୍ୟା ଖବର ପ୍ରସାର କରୁଥିବା ଏକ ଟିଭି ଚ୍ୟାନେଲ ବିରୋଧରେ 200 କୋଟି ଟଙ୍କାର ମାନହାନି କେସ କରି ଚର୍ଚ୍ଚାରେ ନିର୍ମାତା ସନ୍ଦୀପ ।

ଫଟୋ ସୌଜଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଫିଲ୍ମ ନିର୍ମାତା ତଥା ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସନ୍ଦୀପ ସିଂ ଏକ ଲୋକପ୍ରିୟ ଟିଭି ଚ୍ୟାନେଲ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି । ଏହି ଚ୍ୟାନେଲ ତାଙ୍କ ଜନସାଧାରଣ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଛି । ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ଉପରେ ସନ୍ଦେହ କରୁଥିବା ଚ୍ୟାନେଲ ଏବଂ ଆଉ କିଛି ଲୋକଙ୍କ ବିରୋଧରେ ସେ ଆଇନଗତ ନୋଟିସ୍ ପଠାଇଛନ୍ତି । ଯେଉଁଥିରେ ସେ 200 କୋଟି ଟଙ୍କାର ମାନହାନି କେସ କରିଥିବାର ଚର୍ଚ୍ଚା ହେଉଛି ।

ନୋଟିସର ସ୍କ୍ରିନସଟ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଚ୍ୟାନେଲ ସନ୍ଦୀପଙ୍କ ଭାବମୂର୍ତ୍ତିକୁ ଖରାପ କରିବା ଏବଂ ମିଥ୍ୟା ଖବର ଚଳାଇବାକୁ ଚେଷ୍ଟା କରିଛି । ବିନା ସର୍ତ୍ତରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କଥା ମଧ୍ୟ ନୋଟିସରେ ଆଲୋଚନା କରାଯାଇଛି ।

ପ୍ରକାଶ ଥାଉକି ସନ୍ଦୀପ ‘ମେରି କମ’, ‘ଅଲିଗଡ’, ‘ସରଭଜିତ’, ‘ଭୂମି’ ଓ ପିଏମ ନରେନ୍ଦ୍ର ମୋଦିଙ୍କ ବାୟୋପିକ ଭଳି ଫିଲ୍ମର ନିର୍ମାଣ କରିଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ସନ୍ଦେହ ଘେରରେ ରହିଆସୁଛନ୍ତି । ତାଙ୍କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.