ETV Bharat / sitara

ସୁଶାନ୍ତ ମାମଲା: କଂଗ୍ରେସ ନେତାଙ୍କ ପୁଅକୁ ଜେରା କଲା ଏନସିବି

author img

By

Published : Sep 7, 2020, 3:03 PM IST

ସୋମବାର ମୁମ୍ବାଇ ବ୍ୟୁରୋ ଅଫିସରେ ବୟାନ ଦେବାକୁ ପହଞ୍ଚିଛନ୍ତି କଂଗ୍ରେସ ନେତା କେଶଭାମୂର୍ତ୍ତିଙ୍କ ପୁଅ ୟଶାସ । ମୁମ୍ବାଇ ଡ୍ରଗ୍ସ ନେଟୱାର୍କରେ ସାମିଲ ଅଛନ୍ତି ସେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ବେଙ୍ଗାଲୁରୁ: ସୁଶାନ୍ତ ସିଂ ରାଜପୁତଙ୍କ କେସରେ ଡ୍ରଗ୍ସ ଡିଲିଂ କନେକ୍ସନ ଥିବା କଥା ସାମ୍ନାକୁ ଆସିବା ପରଠୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କଡାକଡି ଯାଞ୍ଚ କରୁଛି । ଏଯାବତ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କ ସହ ମୁମ୍ବାଇର ଆଉ କିଛି ଡ୍ରଗ ଡିଲରଙ୍କୁ ଧରିସାରିଲାଣି ଏନସିବି । ଇତିମଧ୍ୟରେ ଖବର ସାମ୍ନାକୁ ଆସିଛି ଯେ ସୋମବାର ସକାଳ 11 ଟା ସମୟରେ ଏନସିବି ବେଙ୍ଗାଲୁର କଂଗ୍ରେସ କର୍ପୋରେଟର କେଶଭାମୂର୍ତ୍ତିଙ୍କ ପୁଅ ୟଶାସଙ୍କ ଯାଞ୍ଚ ମୁମ୍ବାଇରେ ଆରମ୍ଭ କରିଛି ।

ଗତ 2 ତାରିଖରେ ଏନସିବି ୟଶାସଙ୍କ ନାମରେ ନୋଟିସ୍ ଜାରି କରିଥିଲା । କାରଣ ମୁମ୍ବାଇ ଡ୍ରଗ୍ସ ନେଟୱର୍କରେ ତାଙ୍କ ନାମ ସାମ୍ନାକୁ ଆସିବା ପରେ ମୁମ୍ବାଇ ବ୍ୟୁରୋ ଅଫିସରେ ହାଜର ହେବାକୁ ଏନସିବି ତାଙ୍କୁ ସମନ ପଠାଇଥିଲା ।

ନୋଟିସ୍ ମିଳିବା ପରେ ବି ୟାଶାସ ଯାଞ୍ଚ ପାଇ ପହଞ୍ଚିନଥିବାରୁ ରବିବାର ତାଙ୍କ ବେଙ୍ଗାଲୁରୁ ଘରେ ଏନସିବି ଚଢାଉ କରିଥିଲା । ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଡିଲିଂ କେସର ପର୍ଦ୍ଦାଫାଶ କରିବାରେ ଲାଗିଛି ବ୍ୟୁରୋ । ଆଉ ଯାଞ୍ଚରେ ସୌଭିକ ସ୍ବୀକାର କରିଥିଲେ ଯେ ରିଆଙ୍କ ନିର୍ଦ୍ଦେଶରେ ସାମୁଏଲ ଅଭିନେତାଙ୍କୁ ଡ୍ରଗ ଦେଉଥିଲେ । ଏହି ବୟାନକୁ ନେଇ ରିଆଙ୍କ ଉପରେ ଲୋକଙ୍କ ସନ୍ଦେହ ଆହୁରି ବଢିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଭିଟି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.