ETV Bharat / sitara

ସୁଶାନ୍ତ ମୃତ୍ୟୁ ମାମଲା, ରିଆଙ୍କୁ 8 ଘଣ୍ଟା ଜେରା କଲା ଏନସିବି

author img

By

Published : Sep 7, 2020, 7:40 PM IST

ସୋମବାର ସକାଳ 9.30ରେ ବ୍ୟୁରୋ ଅଫିସରେ ବୟାନ ଦେବାକୁ ପହଞ୍ଚିଥିଲେ ରିଆ । ରବିବାର ମଧ୍ୟ ତାଙ୍କୁ ଜେରା କରିଥିଲା ଏନସିବି ।

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସନ୍ଦେହ ଘେରରେ ଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ରବିବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ସାମ୍ନାରେ ହାଜର ହୋଇଥିଲେ । ନିକଟରେ ଏନସିବି ଦ୍ବାରା ଗିରଫ ହୋଇଥିବା ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ବନ୍ଧୁ ସାମୁଏଲ ମିରାଣ୍ଡା ସ୍ବୀକାର କରିସାରିଛନ୍ତି ଯେ ରିଆଙ୍କ ନିର୍ଦ୍ଦେଶ ଅନୁଯାୟୀ ସୁଶାନ୍ତଙ୍କୁ ଡ୍ରଗ ଦିଆଯାଇଛି । ସେହିପରି ରବିବାର ରିଆ ମଧ୍ୟ ଏହି ମାମଲାରେ କିଛି ସତ ଓଗାଳିଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଆଉ ସୋମବାର ଦ୍ବିତୀୟଥର ତାଙ୍କ ବୟାନ ରେକର୍ଡ କରଯାଇଛି । ଦୀର୍ଘ 8 ଘଣ୍ଟା ଧରି ପଚରାଉଚରା କରିଥିଲା ଏନସିବି । ସେ ସୋମବାର ସକାଳେ 9.30ରେ ମୁମ୍ବାଇରେ ବଲାର୍ଡ ଇଷ୍ଟେଟ ଅଞ୍ଚଳରେ ଥିବା ବ୍ୟୁରୋ ଅଫିସରେ ପହଞ୍ଚିଥିଲେ ।

ପ୍ରକାଶ ଥାଉକି ଏନସିବି ବ୍ୟତୀତ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ସୁଶାନ୍ତଙ୍କ ମାମଲାରେ କଡାକଡି ଯାଞ୍ଚ ଜାରି ରଖିଛନ୍ତି । ଏହି ଯାଞ୍ଚରେ ଏଯାବତ ଅନେକ ଜିନିଷ ସାମ୍ନାକୁ ଆସିସାରିଲାଣି । ଏବେ ଡ୍ରଗ ଡିଲିଂ କେସକୁ ନେଇ ଚାଲିଛି ଚର୍ଚ୍ଚା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.