ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର କୌଣସି ପ୍ରମାଣ ମିଳିନାହିଁ: ସିବିଆଇ ଅଫିସର

author img

By

Published : Sep 2, 2020, 11:30 AM IST

ସିବିଆଇ ଅଧିକାରୀମାନେ ଯେଉଁମାନେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅନୁସନ୍ଧାନକାରୀ ଦଳର ଅଂଶବିଶେଷ ଅଛନ୍ତି ସେମାନେ କହିଛନ୍ତି ଯେ ଏପର୍ଯ୍ୟନ୍ତ ସେମାନେ ଅଭିନେତାଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ପାଇ ନାହାଁନ୍ତି । ଏହି ଘଟଣାର ତଦନ୍ତ ବର୍ତ୍ତମାନ ମଧ୍ୟ ଜାରି ରହିଛି।

ସୁଶାନ୍ତି ସିଂ ମାମଲାରେ ହତ୍ୟାକାଣ୍ଡର କୌଣସି ପ୍ରମାଣ ନାହିଁ: ସିବିଆଇ ଅଫିସର

ମୁମ୍ବାଇ: ସିବିଆଇ ହାତରେ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ ଭାର। ଜୋରସୋରରେ ପ୍ରକ୍ରିୟା ଆଗେଇ ଚାଲିଥିବା ବେଳେ ଅଭିନେତାଙ୍କ ସହଯୋଗୀ ଓ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଚାଲିଛି ମାରାଥନ ଜେରା। ତେବେ ଏହି ମାମଲାର ରହସ୍ୟ ଉନ୍ମୋଚନ କରିବାରେ ଲାଗିଥିବା ସମ୍ପୃକ୍ତ ସିବିଆଇ ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କୌଣସି ଠୋସ୍ ପ୍ରମାଣ ହସ୍ତଗତ ହୋଇନାହିଁ। ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଅଧିକାରୀ କହିଛନ୍ତି ଯେ ତଦନ୍ତ ଜାରି ବର୍ତ୍ତମାନ ପରିସ୍ଥିତିରେ ମଧ୍ୟ ଜାରି ରହିଛି।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର ଅନୁସନ୍ଧାନର ତିନିଜଣ ସିବିଆଇ ଅଧିକାରୀ କହିଛନ୍ତି ଯେ ଅନୁସନ୍ଧାନକାରୀ ଦଳ ଏପର୍ଯ୍ୟନ୍ତ ରାଜପୁତଙ୍କୁ ହତ୍ୟା କରାଯାଇଥିବା କୌଣସି ପ୍ରମାଣ ପାଇ ନାହାଁନ୍ତି।

ବହୁ ଅନୁସନ୍ଧାନକାରୀ ଏଜେନ୍ସି ଏହି ମାମଲାର ତଳ ଭାଗରେ ପହଞ୍ଚିବା ପାଇଁ ଗଭୀର ଖୋଳତାଡ କରୁଛି ଯେଉଁଥିରେ ରାଜନୀତିକରଣର ଗନ୍ଧ ରହିଛି ଏବଂ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଛି। ସିବିଆଇ ଅଧିକାରୀମାନେ ଗଣମାଧ୍ୟମକୁ କହିଛନ୍ତି ଯେ, ସେମାନେ ଆତ୍ମହତ୍ୟା ଦିଗ ଉପରେ ଧ୍ୟାନ ଦେଉଛନ୍ତି ଏବଂ ଏହାକୁ ନେଇ ମାମଲା ରୁଜୁ କରାଯାଇପାରିବ କି ନାହିଁ ତାହା ପରୀକ୍ଷା କରୁଛନ୍ତି।

ଗତ ଗୁରୁବାର ଦିନ ସୁପ୍ରିମକୋର୍ଟ ଫେଡେରାଲ୍ ଏଜେନ୍ସି ଦ୍ୱାରା ଯାଞ୍ଚ ପାଇଁ ନୋଡ ଦେବା ପରେ ସିବିଆଇ ଟିମ୍ ଫୋରେନସିକ୍ ଟିମ୍ ସହିତ ମୁମ୍ବାଇରେ ପହଞ୍ଚିଥିଲେ। ଏହି ଦଳ ଆଜି ପର୍ଯ୍ୟନ୍ତ ଦୁଇଥର କୋପର୍ ହସ୍ପିଟାଲ୍, ସୁଶାନ୍ତଙ୍କ ବାନ୍ଦ୍ରା ଫ୍ଲାଟ ଏବଂ ୱାଟରଷ୍ଟୋନ୍ ରିସର୍ଟ ପରିଦର୍ଶନ କରିଛନ୍ତି।

ଏହି ମାମଲାରେ ସମ୍ପୃକ୍ତ ମୁମ୍ବାଇ ପୋଲିସର ସମସ୍ତ ପ୍ରମାଣ ମଧ୍ୟ ସଂଗ୍ରହ କରିଛି। ବିହାର ସରକାରଙ୍କ ଅନୁରୋଧ ଆଧାରରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ସିବିଆଇ ଏକ ମାମଲା ରୁଜୁ କରିଛି। ସୁଶାନ୍ତଙ୍କ ପିତା କେ କେ ସିଂ ବିହାର ପୋଲିସ ନିକଟରେ ରିୟା ଚକ୍ରବର୍ତ୍ତୀ, ତାଙ୍କ ପିତା ଇନ୍ଦ୍ରଜିତ, ମା ସାନ୍ଧ୍ୟା, ଭାଇ ସୌଭିକ୍, ଶ୍ରୁତି ମୋଦି, ଗୃହ ପରିଚାଳକ ସାମୁଏଲ ମିରାଣ୍ଡା, ପିଠାନୀ ଏବଂ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ବିହାର ପୋଲିସ ନିକଟରେ ମାମଲା ଦାୟର କରିଥିଲେ।

ଜୁନ୍ 14 ରେ ସୁଶାନ୍ତଙ୍କୁ ମୁମ୍ବାଇର ତାଙ୍କ ବାସଭବନରୁ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ସେତେବେଳେ ମୁମ୍ବାଇ ପୋଲିସ ଏହାକୁ ଏକ ଆତ୍ମହତ୍ୟା ମାମଲା କହି ଅପମୃତ୍ୟୁ ମାମଲା ରୁଜୁ କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.