ମୁମ୍ବାଇ: ଦବଙ୍ଗ ବୟ ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’କୁ ନେଇ ଦୀର୍ଘ ସମୟରୁ ଏକ୍ସାଇଟେଡ ଫ୍ୟାନ୍ସ। ଏବର୍ଷ ଇଦରେ ରିଲିଜ ହୋଇଥାଆନ୍ତି ଏହି ଫିଲ୍ମ । ହେଲେ କୋରୋନା ସଙ୍କଟ ପାଇଁ ଏହା ସମ୍ଭବ ହୋଇପାରିଲା ନାହିଁ। ସେହିପରି ନିକଟରେ ଚର୍ଚ୍ଚା ଜୋର ଧରିଥିଲା ଯେ ଏବର୍ଷ ଦୀପାବଳିରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରଥିଲେ ମେକର୍ସ। କିନ୍ତୁ ଇତିମଧ୍ୟରେ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ନୈରାଶ୍ୟଜନକ ଖବର । କାରଣ ଫିଲ୍ମର ଆଗାମୀ ସୁଟିଂ ଏବର୍ଷ ଆଉ ହୋଇପାରିବ ନାହିଁ । ଏହି କାରଣ ପାଇଁ ଦୀପାବଳିରେ ଫିଲ୍ମ ରିଲିଜ ହେବା ସମ୍ଭାବନା ମଧ୍ୟ ଶଷ ହୋଇଯାଇଛି।
ଦେଶରେ ଲକଡାଉନ ଆରମ୍ଭ ହେବା ପରଠୁ ସଲମାନ ନିଜ ପଭୱେଲ ଫାର୍ମହାଉସରେ ରହୁଛନ୍ତି । ଏବେ ମଧ୍ୟ ସେ ଫାର୍ମହାଉସରେ ସମୟ ବିତାଉଛନ୍ତି। ହେଲେ ଶୁଣିବାକୁ ମିଳୁଛି ଯେ ଗତ ରବିବାର ସେ ଫିଲ୍ମର ଆଗାମୀ ସୁଟିଂ ପାଇଁ ନିର୍ମାତା ଅତୁଲ ଅଗ୍ନିହୋତ୍ରୀ, ସୋହେଲ ଖାନ ଓ ନିଖିଲ ନମିତଙ୍କ ସହ କଥାବାର୍ତ୍ତା ହୋଇ ଏହି ନିଷ୍ପତ୍ତି ନେଇଛନ୍ତି ।