ମୁମ୍ବାଇ: ଏବର୍ଷ ଇଦରେ ‘ରାଧେ’ ଜରିଆରେ ଫ୍ୟାନ୍ସଙ୍କୁ ବଡ ସରପ୍ରାଇଜ ଦେବେ ସଲମାନ ଖାନ । କାରଣ ମେ 13ରେ ରିଲିଜ ହେବ ଏହି ଆକ୍ସନ ଡ୍ରାମା ଫିଲ୍ମ । ଯାହାର ପ୍ରଥମ ଗୀତ ‘ସିଟି ମାର’ ସୋମବାର ରିଲିଜ ହୋଇଯାଇଛି । ଗୀତରେ ଦିଶାଙ୍କ ସହ ସଲମାନଙ୍କ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳୁଛି। ଇତିମଧ୍ୟରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଧନ୍ୟବାଦ ଜଣାଇ ଚର୍ଚ୍ଚାରେ ସଲମାନ ।
-
Thank u Allu arjun for seeti maar absolutely loved the way u have performed in the song, the way u dance, your style, u r simply fantastic.. tk care n b safe. Rgds to ur family .. love u brother @alluarjun#SeetiMaar https://t.co/St8cWOmNKX
— Salman Khan (@BeingSalmanKhan) April 26, 2021 " class="align-text-top noRightClick twitterSection" data="
">Thank u Allu arjun for seeti maar absolutely loved the way u have performed in the song, the way u dance, your style, u r simply fantastic.. tk care n b safe. Rgds to ur family .. love u brother @alluarjun#SeetiMaar https://t.co/St8cWOmNKX
— Salman Khan (@BeingSalmanKhan) April 26, 2021Thank u Allu arjun for seeti maar absolutely loved the way u have performed in the song, the way u dance, your style, u r simply fantastic.. tk care n b safe. Rgds to ur family .. love u brother @alluarjun#SeetiMaar https://t.co/St8cWOmNKX
— Salman Khan (@BeingSalmanKhan) April 26, 2021
କଥାଟି ହେଲା ଯେ ‘ସିଟି ମାର’ ଗୀତ 2017ରେ ଆସିଥିବା ଅଲ୍ଲୁ ଅର୍ଜୁନଙ୍କ ତେଲୁଗୁ ଫିଲ୍ମ ଗୀତର ରିକ୍ରିଏଟ ଭର୍ସନ । ଏହାର ହିନ୍ଦୀ ଭର୍ସନକୁ ସଲମାନ ‘ରାଧେ’ ଫିଲ୍ମରେ ସାମିଲ କରିଛନ୍ତି । ଏଥିପାଇଁ ସେ ଅର୍ଜୁନଙ୍କୁ ଧନ୍ୟବାଦ କହି ଟ୍ବିଟରେ ଲେଖିଛନ୍ତି, ‘ଅଲ୍ଲୁ ଅର୍ଜୁନ ସିଟି ମାର ପାଇଁ ସ୍ନେହ ଆଉ ପ୍ରେମ । ଧନ୍ୟବାଦ । ଆପଣ ଏହି ଗୀତରେ ଶାନଦାର ଡାନ୍ସ କରିଥିଲ, ଆଉ ଆପଣଙ୍କ ଷ୍ଟାଇଲ ଦମଦାର ଥିଲା । ନିଜର ଯତ୍ନ ନିଅନ୍ତୁ ଆଉ ସୁରକ୍ଷିତ ରୁହନ୍ତୁ । ତୁମ ପାଇଁ ମେର ସ୍ନେହ ଭାଇ ।’
ସେପଟେ ସଲମାନଙ୍କ ଟ୍ବିଟରେ ପ୍ରତିକ୍ରିୟା ଦେଇ ଅଲ୍ଲୁ ଲେଖିଛନ୍ତି, ‘ସଲମାନ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଆପଣଙ୍କଠୁ ପ୍ରଶଂସା ପାଇଁ ଖୁସି ଅନୁଭବ କରୁଛି । ଏହା ବହୁତ ସ୍ନେହଭରା କଥା । ରାଧେର ଯାଦୁ ସ୍କ୍ରିନରେ ଦେଖିବାକୁ ଏକ୍ସାଇଟେଡ ଅଛି । ଆପଣଙ୍କ ପାଇଁ ସିଟି ମାର ।’