ETV Bharat / sitara

2 ମା'ଙ୍କୁ ‘ହାପି ମଦର୍ସ ଡେ’ କହିଲେ ସଲମାନ

author img

By

Published : May 10, 2021, 9:44 AM IST

ଭାଇରାଲ ହେଲା ସଲମାନଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ଦୁଇ ମା'ଙ୍କୁ ଜଣାଇଲେ ମାତୃ ଦିବସର ଶୁଭେଚ୍ଛା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ରବିବାର ପୁରା ବିଶ୍ବ ପାଳନ କରିଥିଲା ବିଶ୍ବ ମାତୃ ଦିବସ । ଏଥିରୁ ବାଦ ପଡିନଥିଲେ ସେଲିବ୍ରିଟି । ବଲିଉଡ ଠୁ ନେଇ ଟଲିଉଡ ପର୍ଯ୍ୟନ୍ତ ସବୁ କଳାକାର ସୋସିଆଲ ମିଡିଆରେ ନିଜ ମା'ଙ୍କ ସହ ଫଟୋ ସେୟାର କରି ଲେଖିଥିଲେ ଭାବବିହ୍ବଳ ପୋଷ୍ଟ । ଏହି କ୍ରମରେ ସାମିଲ ଅଛନ୍ତି ଭାଇଜାନ ସଲମାନ ଖାନ । ସେ ବିଳମ୍ବିତ ରାତିରେ ଦୁଇ ମା'ଙ୍କ ଫଟୋ ପୋଷ୍ଟ କରି ମାତୃ ଦିବସର ଶୁଭେଚ୍ଛା ଜଣାଇଥିଲେ ।

ସଲମାନ ନିଜ ମା' ସଲମା ଖାନ ଏବଂ ସାବତ ମା' ତଥା ଅଭିନେତ୍ରୀ ହେଲେନଙ୍କ ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଥିଲେ, ‘ହାପି ମଦର୍ସ ଡେ । ସୁରକ୍ଷିତ ରୁହ ।’

ଯଦି ସଲମାନଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ଆସନ୍ତା 13 ତାରିଖ ତଥା ଇଦ ଅବସରରେ ରିଲିଜ ହେବ ତାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ରାଧେ’ । ନିକଟରେ ଏହି ଆକ୍ସନ ଡ୍ରାମା ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଫିଲ୍ମ ଦେଖିବାକୁ ବ୍ୟାକୁଳ ଅଛନ୍ତି ସମସ୍ତେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.