ETV Bharat / sitara

କବୀରଙ୍କ ଆତ୍ମକଥାର କଭର ପେଜ ଉନ୍ମୋଚନ କଲେ ସଲମାନ

author img

By

Published : Apr 8, 2021, 1:12 PM IST

ବୁଧବାର କବୀରଙ୍କ ଲେଖିତ ବହି ‘ଷ୍ଟୋରିଜ ଆଇ ମଷ୍ଟ ଟେଲ-ଦ ଇମୋଶନ ଜର୍ନି ଅଫ୍ ଅନ୍ ଆକ୍ଟର’ର କଭର ଲଞ୍ଚ ହୋଇଯାଇଛି । ଯାହାକୁ ଲଞ୍ଚ କରି ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସଲମାନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା କବୀର ବେଦୀ ନିଜ ଆତ୍ମକଥା ‘ଷ୍ଟୋରିଜ ଆଇ ମଷ୍ଟ ଟେଲ-ଦ ଇମୋଶନ ଜର୍ନି ଅଫ୍ ଆନ୍ ଆକ୍ଟର’ର କଭର ଲଞ୍ଚ କରିଛନ୍ତି । ବୁଧବାର ଫେସବୁକରେ ସୁପରଷ୍ଟାର ସଲମାନ ଖାନଙ୍କ ଦ୍ବାରା ଏହି ପୁସ୍ତକର କଭର ଡିଜିଟାଲ ଲଞ୍ଚ କରାଯାଇଥିଲା। ଏହି ବହିରେ ସଲମାନଙ୍କ ସହ ତାଙ୍କ ଖାସ୍ କଥାବାର୍ତ୍ତାକୁ ସେ ସାମିଲ କରିଛନ୍ତି ।

ସେପଟେ ବହି ପାଇଁ କବୀରଙ୍କୁ ଶୁଭେଚ୍ଛା ଜଣାଇ ସଲମାନ କହିଛନ୍ତି, ‘ଜଣେ ଷ୍ଟାର ଏବଂ ମଣିଷ ଭାବରେ ତୁମର ବ୍ୟକ୍ତିତ୍ବ ନିର୍ମଳ, ତେଣୁ ଏହି ପୁସ୍ତକରେ ଯାହା ରଖିଥିବ ତାହା ସିଧାସଳଖ ତୁମର ହୃଦୟ ଏବଂ ଆତ୍ମାରୁ ହୋଇଥିବ । ଏହା ଏକ ସୁନ୍ଦର ବହି ଏବଂ ମୁଁ ଆଶା କରୁଛି ଆପଣ ଅଂଶୀଦାର କରିଥିବା ଅନୁଭୂତିରୁ ଅନେକ ଲୋକ କିଛି ଶିଖିବାକୁ ପାଇବେ ।’

ଏହି କାର୍ଯ୍ୟକ୍ରମରେ ବେଦୀ ସଲମାନଙ୍କ ପ୍ରତି ନିଜର ସ୍ନେହ ବ୍ୟକ୍ତ କରି କହିଛନ୍ତି ଯେ ସଲମାନଙ୍କ ଦ୍ବାରା ତାଙ୍କ ପୁସ୍ତକ ଉନ୍ମୋଚିତ ହେବା ତାଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ। ସଲମାନ ଜଣେ ଏମିତି ବ୍ୟକ୍ତି, ଯାହାଙ୍କ ହୃଦୟ ସୁନା ପରିକା । ସେ ତାଙ୍କର ଭଲ ବନ୍ଧୁ ମଧ୍ୟ ।

ସେହିପରି ବହି ବିଷୟରେ ଆଲୋଚନା କରି ନିକଟରେ ଏକ ସାକ୍ଷାତକାରରେ ଅଭିନେତା କହିଥିଲେ,‘ଏହା ମୋ ଜୀବନର କାହାଣୀ । ଯାହାକୁ ଅନେକ କାହାଣୀ ଜରିଆରେ କୁହାଯାଇଛି । ମତେ ଲାଗୁଛି ଏହାକୁ ପଢିବା ପରେ ଲୋକେ ମୋର ବିଜୟ, ପରାଜୟ, ସଫଳତା ଏବଂ ଭୁଲକୁ ଜଣେ ବ୍ୟକ୍ତି ଭାବରେ ବୁଝିପାରିବେ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.