ETV Bharat / sitara

‘ପଠାନ’ ସୁଟିଂ ସେଟରେ ସଲମାନ

author img

By

Published : Feb 26, 2021, 10:20 AM IST

ପୁଣିଥରେ ପରଦାରେ ଜମିବ ଦୁଇ ଖାନଙ୍କ ଯୋଡି । ‘ପଠାନ’ରେ ନଜର ଆସିବେ ସଲମାନ ଓ ଶାହରୁଖ । ଗୁରୁବାର ସୁଟିଂ ସେଟରେ ଦେଖିବାକୁ ମିଳିଲା ସଲମାନଙ୍କ ଗାଡି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: କୋରୋନା କଟକଣା କୋହଳ ହେବା ପରେ ଚଳିତ ବର୍ଷ ଅନେକ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି । ଅନେକ ବିଗ ବଜେଟ ଫିଲ୍ମ ପରଦାରେ ଦେଖିବେ ଦର୍ଶକ । ଏହି କ୍ରମରେ ସାମିଲ ଅଛି ବହୁ ଚର୍ଚ୍ଚିତ ଫିଲ୍ମ ‘ପଠାନ’ । ଯେଉଁଥିରେ ସୁପରଷ୍ଟାର ଶାହରୁଖ ଖାନ ନଜର ଆସିବେ । ଆଉ ତାଙ୍କ ସହ ଅତିଥି ଅଭିନେତା ରୂପେ ସଲମାନ ଖାନଙ୍କୁ ଦେଖିବାକୁ ମିଳିବ । ଆଉ ଗୁରୁବାର ସଲମାନ ‘ପଠାନ’ ସୁଟିଂ ସେଟରେ ନଜର ଆସିଥିଲେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଶୁଣିବାକୁ ମିଳୁଛି ଯେ ଶାହରୁଖଙ୍କ ସହ ‘ପଠାନ’ର ସୁଟିଂରେ ଗୁରୁବାର ଯୋଗ ଦେଇଥିଲେ ସଲମାନ । କାରଣ ମୁମ୍ବାଇରେ ଚାଲିଥିବା ‘ପଠାନ’ ସୁଟିଂ ସେଟ ପାଖରେ ସଲମାନଙ୍କ ଗାଡି ପାର୍କିଂ ହୋଇଥିବାର ଦେଖିବାକୁ ମିଳିଥିଲା । ହେଲେ ସଲମାନ ଏଯାବତ ସୁଟିଂ ଆରମ୍ଭ କରିବାର କୌଣସି ସୂଚନା ଦେଇନାହାଁନ୍ତି।

ପ୍ରକାଶ ଥାଉକି ‘ପଠାନ’ ବ୍ୟତୀତ ଶାହରୁଖ ଓ ସଲମାନଙ୍କୁ ଶେଷଥର ଫ୍ଲପ୍ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା । ଗୋଟିଏ ଡାନ୍ସ ଆଇଟମରେ ଠୁମକା ଲଗାଇଥିଲେ ଦୁଇ ଖାନ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.