ETV Bharat / sitara

କେଆରକେଙ୍କ ବିରୋଧରେ ମାନହାନି ମାମଲା ଆଣିଲେ ସଲମାନ

author img

By

Published : May 26, 2021, 12:54 PM IST

‘ରାଧେ’ ଉପରେ ବିବାଦୀୟ ପ୍ରତିକ୍ରିୟା ରଖିଥିଲେ କେଆରକେ । ଏବେ ସଲମାନ ତାଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଛନ୍ତି ସଲମାନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଇଦ ଅବସରରେ ନିଜ ବହୁପ୍ରତିକ୍ଷିତ ଫିଲ୍ମ ‘ରାଧେ’ ରିଲିଜ କରିଥିଲେ ଭାଇଜାନ ସଲମାନ ଖାନ । ଯାହାକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ସେପଟେ ଫିଲ୍ମ ଉପରେ ଖରାପ ପ୍ରତିକ୍ରିୟା ଦେଇ ହଟହଟା ହେଲେ ପ୍ରଯୋଜକ ତଥା ଅଭିନେତା କମାଲ ଆର ଖାନ । କାରଣ ରାଗିଲେ ସଲମାନ । ଆଉ ତାଙ୍କ ବିରୋଧରେ ମୁମ୍ବାଇ କୋର୍ଟରେ ଦାୟର କଲେ ମାନହାନି ମାମଲା। ଏହି ମାମଲାର ଶୁଣାଣି ଗୁରୁବାର ହେବାକୁ ଯାଉଛି।

  • Therefore there is no need to file a case to stop me from reviewing his film. Salim Sir, I am not here to hurt anyone. So I won’t review his film in the future. Pls ask him to not proceed the case. I will delete my review videos also, if you want. Thank you Salim Sahab! 🙏

    — KRK (@kamaalrkhan) May 26, 2021 " class="align-text-top noRightClick twitterSection" data=" ">

କଥାଟି ହେଲା ଯେ ‘ରାଧେ’ ରିଲିଜ ହେବା ପରେ କମାଲ ଟ୍ବିଟରରେ ଫିଲ୍ମ ବିରୋଧରେ ବିବାଦୀୟ ପ୍ରତିକ୍ରିୟା ଦେଇଥିଲେ । ଯାହା ଉପରେ କ୍ରୋଧିତ ହୋଇ ସଲମାନଙ୍କ ଲିଗାଲ ଟିମ୍ ଗୁରୁବାର ସିଭିଲ୍ କୋର୍ଟର ଆଡିଶନାଲ ସେଶନ ଜଜଙ୍କ ନିକଟରେ ଏହି ମାମଲାର ତତ୍‌କାଳ ଶୁଣାଣି ପାଇଁ ନିବେଦନ କରିବେ।

  • Respected @luvsalimkhan Sahab, I am not here to destroy @BeingSalmanKhan films or his career. I review films just for fun. If I know that Salman get affected by my review so I won’t review. If he could have asked me to not review his film So I would have not reviewed.

ସେହିପରି କମାଲ ଟ୍ବିଟରେ ଏହାର ସୂଚନା ଦେଇ ଜଣାଇଛନ୍ତି ଯେ ସଲମାନ ତାଙ୍କ ଉପରେ ମାନହାନି କେସ କରିଛନ୍ତି । ଏହାସହ ସେ ନୋଟିସର ପ୍ରଥମ ପୃଷ୍ଠା ସେୟାର ମଧ୍ୟ କରିଥିଲେ । ଯାହା ତାଙ୍କୁ ସଲମାନଙ୍କ ତରଫରୁ ମିଳିଛି ।

ଖାଲି ଏତିକି ନୁହେଁ ଦ୍ବିତୀୟ ଟ୍ବିଟରେ ସେ ସଲମାନଙ୍କ ପିତା ସଲିମ ଖାନଙ୍କୁ ଅନୁରୋଧ କରିଛନ୍ତି ଏହି କେସ ଉଠାଇ ନେବାକୁ । ଆଉ କହିଥିଲେ ସେ କେବେ ମଧ୍ୟ ଭବିଷ୍ୟତରେ ସଲମାନଙ୍କ ଫିଲ୍ମ ଉପରେ ପ୍ରତିକ୍ରିୟା ଦେବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.