ମୁମ୍ବାଇ: ଏକ ସମୟରେ ନିଜ ପ୍ରତିଭା ଆଧାରରେ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୋମି ଅଲ୍ଲୀ ସୁପରଷ୍ଟାର ସଲମାନ ଖାନଙ୍କ ସହ ସମ୍ପର୍କରେ ଥିଲେ । ଯାହା ବଲିଉଡ ଗ୍ୟାଲେରିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପାକିସ୍ତାନରେ ଜନ୍ମିତ ଆମେରିକୀୟ ଅଭିନେତ୍ରୀ ସୋମି 90 ଦଶକରେ ହିନ୍ଦୀ ଫିଲ୍ମରେ ପ୍ରବେଶ କରିଥିଲେ। କିଛି ଫିଲ୍ମରେ ଅଭିନୟ କରିବା ପରେ ସେ ବଲିଉଡକୁ ଅଲବିଦା କହିଥିଲେ । ଇତିମଧ୍ୟରେ ସେ ପୁଣି ଚର୍ଚ୍ଚାରେ ଆସିଛନ୍ତି । ସେ ନିଜ ସହ ଘଟିଥିବା ଯୌନ ଶୋଷଣର ଖୁଲାସା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।
ଏହାପୂର୍ବରୁ ତଥା 2018ରେ ମଧ୍ୟ ସେ ସୋସିଆଲ ମିଡିଆରେ ଏହି ଘଟଣା ବିଷୟରେ ଆଲୋଚନା କରିଥିଲେ । ହେଲେ ଏବେ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ‘5 ଏବଂ 9 ବର୍ଷ ବୟସରେ ମୁଁ ଯୌନ ଶୋଷଣର ଶିକାର ହୋଇଥିଲେ । ଏହାପରେ 14 ବର୍ଷ ବୟସରେ ମୋ ସହ ଦୁଷ୍କର୍ମ ହୋଇଥିଲା । ମତେ ଯେତେବେଳେ 5 ବର୍ଷ ବୟସ ହୋଇଥିଲା ମୁଁ ପାକିସ୍ତାନରେ ଥିଲେ । ଆଉ ସେହି ସମୟରେ ମୋ ସହ ତିନିଥର ଏପରି ଘଟଣା ଘଟିଥିଲା । ଯାହା ଉପରେ ପିତାମାତା ଆକ୍ସନ ନେଇଥିଲେ । ହେଲେ ଯେତେବେଳେ 14 ବର୍ଷରେ ମୋ ସହ ଦୁଷ୍କର୍ମ ହେଲା ତେବେ ପରିବାର ଲୋକେ ଚୁପ୍ ରହିବାକୁ କହିଥିଲେ । ଯାହା ସବୁଠୁ ଦୁଃଖଦାୟକ ଥିଲେ । ଦୀର୍ଘ ସମୟରୁ ମୁଁ ଏହି ଘଟଣା ଉପରେ ମୌନ ବ୍ରତ ପାଳନ କରିଆସୁଥିଲି । ହେଲେ ମୁଁ ପ୍ରାୟ ତିନି ବର୍ଷ ପୂର୍ବେ ଏହି ବିଷୟରେ କହିବା ଆରମ୍ଭ କରିଥିଲି । ମୁଁ ଏକ ଏନଜିଓ ସହିତ ଜଡିତ, ଯାହା ଦୁଷ୍କର୍ମ ପୀଡିତାଙ୍କୁ ସାହାଯ୍ୟ କରେ । ଏହି ଏନଜିଓ ହେତୁ ମୁଁ ଏହି ଭୟାନକ ଘଟଣା ବିଷୟରେ କହିବାକୁ ସକ୍ଷମ ହୋଇପାରିଛି ।’
ପ୍ରକାଶ ଥାଉକି ସୋମି ଫିଲ୍ମ ‘ଅନଥ୍’, ‘ୟାର ଗଦ୍ଦାର’, ‘ଆୟୋ ପ୍ୟାର କରେ’, ‘ଆନ୍ଦୋଲନ’ ଭଳି ଫିଲ୍ମରେ ଅଭିନୟ କରିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ସଲମାନଙ୍କ ଗାର୍ଲଫ୍ରେଣ୍ଡ ରୂପେ ଚର୍ଚ୍ଚାରେ ଥିଲେ ।