ମୁମ୍ବାଇ: ସଲମାନ ଖାନଙ୍କ ‘ରାଧେ’ ଆଜି ରିଲିଜ ହେବ । ଯାହାକୁ ନେଇ ଉତ୍ସାହିତ ଦର୍ଶକ । କୋରୋନା ସଙ୍କଟ ପାଇଁ ଫିଲ୍ମକୁ ଷ୍ଟ୍ରିମିଂ ପ୍ଲାଟଫର୍ମରେ ରିଲିଜ କରିବେ ମେକର୍ସ । ସେହିପରି ବିଶ୍ବସ୍ତରରେ ଫିଲ୍ମକୁ ଉପଭୋଗ କରିପାରିବେ ସମସ୍ତେ । ଇତିମଧ୍ୟରେ ଡିଜିଟାଲ ପ୍ଲାଟଫର୍ମରେ ‘ରାଧେ’କୁ ଦେଖିବା ଏବଂ ମନୋରଞ୍ଜନ କ୍ଷେତ୍ରରେ ପାଇରେସି ନକରିବା ପାଇଁ ସଲମାନ ଏକ ସ୍ପେଶାଲ ଭିଡିଓ ସେୟାର କରି ସମସ୍ତଙ୍କୁ କହିଛନ୍ତି ।
ସେହିପରି ସେ ଭିଡିଓରେ ଜଣାଇଛନ୍ତି ଯେ ଗୋଟିଏ ଫିଲ୍ମ ନିର୍ମାଣ କରିବା ପାଇଁ କେତେ ଲୋକ ଚେଷ୍ଟା କରନ୍ତି, ତେଣୁ ଯେତେବେଳେ କିଛି ଲୋକ ସେହି ଫିଲ୍ମକୁ ଉପଭୋଗ କରିବା ପାଇଁ ପାଇରେସି କରନ୍ତି ସେତେବେଳେ ମେକର୍ସଙ୍କୁ କ୍ଷତି ସହିବାକୁ ପଡେ । ତେଣୁ ‘ନୋ ପାଇରେସି ପ୍ଲିଜ’ ।
\
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ସଲମାନ ଇଦରେ ‘ରାଧେ’ ରିଲିଜ କରିବା ପ୍ରତିଶୃତି ପୂରଣ କରିବାକୁ ଯାଉଛନ୍ତି । ସବୁ ବର୍ଷ ଇଦରେ ଫିଲ୍ମ ନେଇ ଫେରୁଥିବା ସଲମାନଙ୍କ କୌଣସି ଫିଲ୍ମ ଗତ ବର୍ଷ ଇଦରେ କେହି ଦେଖିପାରିନଥିଲେ । କାରଣ କୋରୋନା ପ୍ରକୋପ ପାଇଁ ‘ରାଧେ’ର ରିଲିଜକୁ ସ୍ଥଗିତ ରଖିଥିଲେ ମେକର୍ସ । ହେଲେ ଏବର୍ଷ ଇଦରେ ଜମିବ ‘ରାଧେ’ର ଯାଦୁ ।