ETV Bharat / sitara

4 ବର୍ଷ ପରେ ପୁଣି ଏକାଠି ହେବେ ସଲମାନ-କବୀର - ଆକ୍ସନ ଡ୍ରାମା ଫିଲ୍ମ ଦବଙ୍ଗ 3

‘ରାଧେ’ ଫିଲ୍ମ ପରେ ସଲମାନ ନିର୍ମାତା କବୀର ଖାନଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିପାରନ୍ତି। ଏମିତି ନେଇ ବର୍ତ୍ତମାନ ବଲିଉଡ ଗ୍ୟାଲେରିରେ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ତିନୋଟି ଫିଲ୍ମରେ ଏକାଠି କାମ କରିସାରିଛନ୍ତି ଏହି ଯୋଡି।

salman khan and kabir khan
ଡିଜାଇନ ଫଟୋ
author img

By

Published : Jan 3, 2020, 10:21 PM IST

ମୁ୍ମ୍ବାଇ: ନିକଟରେ ରିଲିଜ ହୋଇଥିଲା ସୁପରଷ୍ଟାର ସଲମାନ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’ । ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା। ଏହାବ୍ୟତୀତ ଦୀର୍ଘ ସମୟରୁ ତାଙ୍କ ଚଳିତ ବର୍ଷ ଇଦରେ ରିଲିଜ ହେବାକୁ ଯାଉଥିବା ରାଧେକୁ ନେଇ ବର୍ତ୍ତମାନ ବ୍ୟସ୍ତ ସଲମାନ। ତୃତୀୟ ଥର ସେ କୋରିଓଗ୍ରାଫର, ଅଭିନେତା ପ୍ରଭୁଦେବାଙ୍କ ସହ କାମ କରିବାକୁ ଯାଉଛନ୍ତି। ‘ରାଧେ’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ପ୍ରଭୁଦେବା।

ପୂର୍ବରୁ ଏହି ଦୁଇଜଣ ଫିଲ୍ମ ‘ଦବଙ୍ଗ 3’ ଓ ‘ୱାଣ୍ଟେଡ’ ଫିଲ୍ମରେ ଏକାଠି କାମ କରିସାରିଛନ୍ତି। ବର୍ତ୍ତମାନ ସଲମାନଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଡ ସାମ୍ନାକୁ ଆସିଛି। ଶୁଣିବାକୁ ମିଳୁଛି ଯେ ସେ ଫେମସ ନିର୍ମାତା କବୀର ଖାନଙ୍କ ଆଗାମୀ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ବକ୍ସ ଅଫିସ ୱାର୍ଲ୍ଡ ୱାଇଡରେ ଛପି ଥିବା ରିପୋର୍ଟ ଅନୁଯାୟୀ କବୀର ନିକଟରେ ନିଜର ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ର ସୁଟିଂ ଶେଷ କରିଥିଲେ। ଯେଉଁଥିରେ ମୁଖ୍ୟ ଭୂମିକାରେ ରଣବୀର ସିଂ ଓ ଦୀପିକା ପାଦୁକୋନ ନଜର ଆସିବେ।

ଇତିମଧ୍ୟରେ ସେ ସଲମାନଙ୍କୁ ଏକ ଫିଲ୍ମ ଆଇଡିଆ ଶୁଣାଇଛନ୍ତି। ଯାହା ତାଙ୍କୁ ପସନ୍ଦ ମଧ୍ୟ ଆସିଛି । କବୀର ଏହି କାହାଣୀର ସ୍କ୍ରିପ୍ଟ ଲେଖିବା ପରେ ସଲମାନଙ୍କ ସହ ଏହି ପ୍ରୋଜେକ୍ଟକୁ ଲକ କରିବେ । ଦୁଇଜଣଙ୍କ 4 ବର୍ଷର ବ୍ରେକ ପରେ ଏକାଠି କାମ କରିବାକୁ ଯାଉଛନ୍ତି।

ପ୍ରକାଶ ଥାଉକି ପୂର୍ବରୁ କବୀର ଓ ସଲମାନ ‘ଏକ ଥା ଟାଇଗର’, ‘ବଜରଙ୍ଗୀ ଭାଇଜାନ’ ଓ ‘ଟ୍ୟୁବଲାଇଟ’ ଭଳି ଫିଲ୍ମରେ ଏକାଠି କାମ କରିଥିଲେ । ଚର୍ଚ୍ଚା ମଧ୍ୟ ଏହା ଜୋର ଧରିଥିଲା ଯେ ଦୁଇଜଣଙ୍କ ମଧ୍ୟରେ କିଛି କାରଣ ପାଇଁ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ଯାହାଦ୍ବାରା ଦୁଇଜଣଙ୍କ ପରସ୍ପର ସହ କଥାବାର୍ତ୍ତା ମଧ୍ୟ ବନ୍ଦ କରି ଦେଇଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.