ETV Bharat / sitara

ମେଡିକାଲ ଚେକଅପ୍ ପାଇଁ ୟୁଏସ ଯାତ୍ରା କରିବେ ରଜନୀକାନ୍ତ - ସିଙ୍ଗାପୁର ହସ୍ପିଟାଲରେ ଭର୍ତ୍ତି ଥିଲେ ରଜନୀ

ସ୍ବତନ୍ତ୍ର ବିମାନରେ ୟୁଏସ ଯାତ୍ରା କରିବେ ରଜନୀକାନ୍ତ । ମେଡିକାଲ ଚେକ୍ଅପ୍ ପାଇଁ ବିଦେଶ ଯିବେ ଅଭିନେତା । ଅଧିକ ପଢନ୍ତୁ...

ମେଡିକାଲ ଚେକଅପ୍ ପାଇଁ ୟୁଏସ ଯାତ୍ରା କରିବେ ଥଲାଇଭା

author img

By

Published : Jun 17, 2021, 12:58 PM IST

ଚେନ୍ନାଇ: ଆସନ୍ତା 19 ତାରିଖରେ ଭେଟେରାନ ଆକ୍ଟର ରଜନୀକାନ୍ତ ନିଜ ଚିକିତ୍ସା ପାଇଁ ୟୁଏସ ଯାତ୍ରା କରିବେ । ତାଙ୍କ ପାଇଁ ସ୍ପେଶାଲ ଫ୍ଲାଇଟର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେ ଗତ କିଛି ବର୍ଷରୁ ଏକ ରୋଗରେ ଆକ୍ରାନ୍ତ ଅଛନ୍ତି ।

ଏହି ଅସୁସ୍ଥତା ପାଇଁ ସେ ପୂର୍ବରୁ ସିଙ୍ଗାପୁର ହସ୍ପିଟାଲରେ ମଧ୍ୟରେ ଭର୍ତ୍ତି ହୋଇଥିଲେ । ଯେଉଁଠାରେ କିଛି ମାସ ତାଙ୍କର ଚିକିତ୍ସା କରାଯାଇଥିଲା । ସେହିପରି ସେ ନିଜ ମେଡିକାଲ ଚେକ୍ଅପ୍ ପାଇଁ ପ୍ରାୟତଃ ୟୁଏସ ଯାତ୍ରା କରନ୍ତି ।

ସେପଟେ ପୂର୍ବରୁ ୟୁଏସରେ ଅଛନ୍ତି ତାଙ୍କ ଝିଅ ଏବଂ ଜ୍ବାଇଁ ତଥା ସାଉଥ ସୁପରଷ୍ଟାର ଧନୁଷ । ଯେଉଁଠାରେ ଧନୁଷ ନିଜର ହଲିଉଡ ଡେବ୍ୟୁ ଫିଲ୍ମର ସୁଟିଂ କରୁଛନ୍ତି ।

ପ୍ରକାଶ ଥାଉକି ନିକଟରେ କୋରୋନା ମହାମାରୀ ସଙ୍କଟ ଯୋଗୁଁ ତାଙ୍କୁ ଆମେରିକା ଯିବାକୁ ଅନୁମତି ଦେବାକୁ ରଜନୀକାନ୍ତ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ସର୍ବଶେଷ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ତାଙ୍କୁ ସବୁଜ ସଙ୍କେତ ଦେଇଛନ୍ତି । ଆସନ୍ତା 19 ତାରିଖରେ ସେ ଆମେରିକାକୁ ଏକ ସ୍ବତନ୍ତ୍ର ବିମାନରେ ଯାତ୍ରା କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.