ETV Bharat / sitara

ସୁଶାନ୍ତଙ୍କ ମାମଲାରେ ଏମିତି କିଛି କହିଲେ ହ୍ରିତିକଙ୍କ ମା'

author img

By

Published : Oct 22, 2020, 9:44 PM IST

ଏଥର ସୁଶାନ୍ତଙ୍କ କେସରେ କଙ୍ଗନା ରଣାୱତ ନୁହେଁ ହ୍ରିତିକଙ୍କ ମା' ବୟାନ ଦେଇଛନ୍ତି । ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଖାସ୍ କଥା ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଏବେ ଚର୍ଚ୍ଚାରେ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ମା' ପିଙ୍କି ରୋଶନ । ସେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ମୁହଁ ଖୋଲିଛନ୍ତି । ଯାହାକୁ ନେଇ ଚର୍ଚ୍ଚା । ସେପଟେ ଏଯାବତ୍ ସୁଶାନ୍ତଙ୍କ ମାମଲାରେ ସିବିଆଇ ଠୁ ନେଇ ଏନସିବି ଯାଞ୍ଚ ଜାରି ରଖିଛି । ସମସ୍ତେ ତାଙ୍କ ପାଇଁ ନ୍ୟାୟ ଦାବି କରୁଥିବା ବେଳେ ପିଙ୍କି ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ସେୟାର କରି ମନ କଥା କହିଛନ୍ତି ।

ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ସୁଶାନ୍ତଙ୍କ ଫଟୋରେ ସେ ଲେଖିଛନ୍ତି, ‘ସମସ୍ତେ ସତ ଜାଣିବାକୁ ଚାହୁଁଛନ୍ତି ହେଲେ କେହି ମଧ୍ୟ ସଚ୍ଚୋଟ ହେବାକୁ ଚାହୁଁନାହାଁନ୍ତି ।’

ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରଠୁ ବଲିଉଡ ଉପରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ଲଗାଉଛନ୍ତି ଫ୍ୟାନ୍ସ । ଆଉ କିଛି ସେଲିବ୍ରିଟି ମଧ୍ୟ ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଜାଣିବାକୁ ଅନାଇ ବସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.