ETV Bharat / sitara

କଙ୍ଗନାଙ୍କ ବ୍ୟବହାର ଦେଖି ହ୍ରିତିକଙ୍କୁ କ୍ଷମା ମାଗୁଛନ୍ତି ଲୋକେ

author img

By

Published : Dec 5, 2020, 10:07 AM IST

ପୁଣି କଙ୍ଗନାଙ୍କ ପାଇଁ ଚର୍ଚ୍ଚାରେ ହ୍ରିତିକ । ତାଙ୍କ ବିବାଦୀୟ ଗୁଣ ପାଇଁ ସୋସିଆଲ ମିଡିଆରେ ହ୍ରିତିକଙ୍କୁ କ୍ଷମା ମାଗୁଛନ୍ତି ଲୋକେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କୃଷକ ଆନ୍ଦୋଳନ ବିରୋଧରେ ବିବାଦୀୟ ଟ୍ବିଟ କରି କିଛି ଦିନ ହେବ ସମାଲୋଚନାର ଶିକାର ହେଉଆସୁଛନ୍ତି ବି-ଟାଉନର କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତ । ଅନେକ ରାଜନେତାଙ୍କଠୁ ନେଇ ସେଲିବ୍ରିଟି ତାଙ୍କ ନିନ୍ଦା କରିବାରେ ଲାଗିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଦିଲଜିତ ଦୋସାଞ୍ଝ, ମିକା ସିଂ ଓ ହିମାଂଶୀ ଖୁରାନା ଭଳି ସେଲିବ୍ରିଟି । ଏହି ସମୟରେ ଷ୍ଟାର୍ସଙ୍କ ଲଢେଇ ଲୋକଙ୍କୁ ଖୁବ୍ ପସନ୍ଦ ଆସୁଛି ଆଉ ଏହାର ମଜା ଲୁଟିବାରେ ଲାଗିଛନ୍ତି । ଇତିମଧ୍ୟରେ ସୁପରଷ୍ଟାର ତଥା କଙ୍ଗନାଙ୍କ ଏକ୍ସ ବୟଫ୍ରେଣ୍ଡ ହ୍ରିତିକ ରୋଶନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି । ହ୍ରିତିକଙ୍କୁ ନେଇ ଟ୍ବିଟ ପରେ ଟ୍ବିଟ କରିବାରେ ଲାଗିଛନ୍ତି ସମସ୍ତେ । ତେବେ ଆସନ୍ତୁ ଜାଣିବା ଏହାର କାରଣ...

କଥାଟି ହେଲା ଯେ କିଛି ଲୋକ ଟ୍ବିଟ କରି ଲେଖିଛନ୍ତି, ‘ଥରେ ହ୍ରିତିକ ରୋଶନଙ୍କ ସମର୍ଥନ କରିଥିଲୁ ।’ ଆଉ କିଛି ଲେଖିଛନ୍ତି, କଙ୍ଗନାଙ୍କ ବ୍ୟବହାର ପାଇଁ ହ୍ରିତିକଙ୍କୁ କ୍ଷମା ମାଗିବା ଦରକାର ।’ ସେହିପରି ଆଉ କିଛି କହିଛନ୍ତି, ‘ଆଜି ହ୍ରିତିକ ନିହାତି ପଞ୍ଜାବୀ ଶିଖି ନେଇଥିବେ ।’

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ସେହିପରି ଜଣେ ୟୁଜର ଲେଖିଛନ୍ତି, ‘କଙ୍ଗନା ଓ ଦିଲଜିତଙ୍କ ଯୁକ୍ତିତର୍କ ଦେଖୁଥିବେ ହ୍ରିତିକ ।’ ଖାଲି ଏତିକି ନୁହେଁ କିଛି ଲୋକ ହ୍ରିତିକଙ୍କ ଉପରେ ଦୁଃଖ ପ୍ରକାଶ ମଧ୍ୟ କରୁଛନ୍ତି ।

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ପ୍ରକାଶ ଥାଉକି କଙ୍ଗନା ଓ ହ୍ରିତିକ ଦୀର୍ଘ ସମୟ ପର୍ଯ୍ୟନ୍ତ ରିଲେସନଶିପରେ ଥିଲେ । ପରେ ସେମାନେ ପରସ୍ପର ସହ ବ୍ରେକଅପ୍ କରିଦେଇଥିଲେ । ହେଲେ ଏତିକିରେ କଥା ଶେଷ ହୋଇନଥିଲା । କାରଣ ହ୍ରିତିକଙ୍କ ଠୁ ପ୍ରତିଶୋଧ ନେବା ପାଇଁ କଙ୍ଗନା ସବୁ ଇମେଲ୍ସ ଲିକ କରିଦେଇଥିଲେ । ଯାହାପରେ ଦୁଇଜଣଙ୍କ ବିବାଦ ଦେଶର ବଡ ପ୍ରସଙ୍ଗ ସାଜିଥିଲା । ଏବେ କଙ୍ଗନାଙ୍କ ବ୍ୟବହାର ଓ ଝଗଡା ପ୍ରକୃତି ଦେଖି ଲୋକେ କହୁଛନ୍ତି କି ଭଲ ହୋଇଛି ହ୍ରିତିକ ତାଙ୍କ ସହ ବ୍ରେକଅପ କରିଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.