ETV Bharat / sitara

ମୋତିଆବିନ୍ଦୁ ଅପରେସନ କଲେ ବିଗ୍‌ ବି

author img

By

Published : Mar 1, 2021, 7:25 AM IST

ସୋସିଆଲ ମିଡିଆରେ ଅସୁସ୍ଥ ହେବା ସୂଚନା ଦେଲେ ଅମିତାଭ । ସେ ମୋତିଆବିନ୍ଦୁ ଅପରେସନ କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ଅସୁସ୍ଥ ହେଲେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ଯାହା ପାଇଁ ତାଙ୍କୁ କରିବାକୁ ପଡିଛି ସର୍ଜରୀ । ଏହାର ସୂଚନା ସେ ପ୍ରଶଂସକଙ୍କୁ ନିଜେ ସୋସିଆଲ ମିଡିଆରେ ଦେଇଥିଲେ । ସେପଟେ ତାଙ୍କ ଅସୁସ୍ଥ କଥା ଶୁଣି ମନ ଦୁଃଖରେ ଫ୍ୟାନ୍ସ ।

କଥାଟି ହେଲା ଯେ ଅମିତାଭ ନିଜ ବ୍ଲଗରେ ଏକ ପୋଷ୍ଟ କରି ଲେଖିଥିଲେ, ‘ମେଡିକାଲ କଣ୍ଡିଶନ । ସର୍ଜରୀ । ମୁଁ ଲେଖିପାରୁନାହିଁ । ଏବି ।’ ତେବେ କେଉଁ ସର୍ଜରୀ ସେ କରିବା ଏନେଇ କୌଣସି ସୂଚନା ଦେଇନଥିଲେ । ହେଲେ ତାଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି । ଆଉ ଆଗାମୀ 24 ଘଣ୍ଟା ମଧ୍ୟରେ ଅମିତାଭ ଘର ରହିବେ ବୋଲି ଅଭିନେତାଙ୍କ ନିକଟ ସୂତ୍ରରୁ ପ୍ରକାଶ ପାଇଛି ।

ଏହି ଖବର ଭାଇରାଲ ହେବା ମାତ୍ରେ ବିଗ ବିଙ୍କ ପ୍ରଶଂସକ ଦୁଃଖି ହୋଇଯାଇଛନ୍ତି । ବର୍ତ୍ତମାନ ସମସ୍ତେ ସୋସିଆଲ ମିଡିଆରେ ତାଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

ପ୍ରକାଶ ଥାଉକି ଗତ ବର୍ଷ କୋରୋନାରେ ଆକ୍ରାନ୍ତ ହୋଇ କିଛି ଦିନ ହସ୍ପିଟାଲରେ ରହିଥିଲେ ସେ । ତାଙ୍କ ସହ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ, ଐଶ୍ଚର୍ଯ୍ୟା ରାୟ ବଚ୍ଚନ ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.