ETV Bharat / sitara

ହସ୍ପିଟାଲରେ ଆତ୍ମବିଶ୍ବାସର କଥା କହୁଛନ୍ତି କୋରୋନା ଆକ୍ରାନ୍ତ ବିଗ-ବି - ଅମିତାଭ ବଚ୍ଚନ କୋରୋନା ସଂକ୍ରମିତ

ପୁଣି ନିଜ ଶାନଦାର କବିତା ଜରିଆରେ ଫ୍ୟାନ୍ସଙ୍କ ମନ କିଣିଲେ ଅମିତାଭ। ଏଥର ସେ ଆତ୍ମବିଶ୍ବାସଭରା କବିତା ପୋଷ୍ଟ କରି ଚର୍ଚ୍ଚାରେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଟ୍ଟନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଟ୍ଟନ
author img

By

Published : Jul 23, 2020, 2:08 PM IST

ମୁମ୍ବାଇ: ନିକଟରେ ବିଗ ବି ଅମିତାଭ ବଚ୍ଚନ କୋରୋନା ସଂକ୍ରମିତ ବାହାରିଥିଲେ। ଯାହାରଠୁ ଏଯାବତ ତାଙ୍କର ଚିକିତ୍ସା ନାନବତୀ ହସ୍ପିଟାଲରେ ଚାଲିଛି । ହସ୍ପିଟାଲରେ ଭର୍ତ୍ତି ହେବା ପରଠୁ ଅମିତାଭ ଫ୍ୟାନ୍ସଙ୍କୁ ନିଜ ହେଲ୍ଥ ଅପଡେଟ ପ୍ରାୟତଃ ଦେଉଥିବାର ନଜର ଆସୁଛନ୍ତି । ସେ ଅଧିକାଂଶ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇବା ସହ ଶାନଦାର କବିତା ଲେଖି ସମସ୍ତଙ୍କୁ ମନୋରଞ୍ଜନ ମଧ୍ୟ କରୁଛନ୍ତି। ମୁଖ୍ୟକଥା ହେଲା ଯେ ତାଙ୍କ କବିତା ଫ୍ୟାନ୍ସଙ୍କୁ ପ୍ରେରଣା ମଧ୍ୟ ଯୋଗାଇଛି । ଏବେ ପୁଣିଥରେ ସେ ଏମିତି କିଛି ସେୟାର କରି ଚର୍ଚ୍ଚାରେ।

ଯାହାକୁ ପଢି ସମସ୍ତଙ୍କ ଭିତରେ ଆତ୍ମବିଶ୍ବାସ ଭରିଯିବ । ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କର କାର୍ଟୁନ ଅବତାରରେ ତିନୋଟି ରୂପ ଦେଖିବାକୁ ମିଳୁଛି । ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଖାମୋଶୀ କି ତହ ମେଁ ଛୁଫା ଲୋ ସାରୀ ଉଲଝନେଁ କୋ, ଶୋର କଭି ମୁଶକିଲେଁ କୋ ଆସାନ ନେହିଁ କରତା ।’

ଆତ୍ମବିଶ୍ବାସରେ ଭରପୁର ଏହି ପୋଷ୍ଟ ଫ୍ୟାନ୍ସଙ୍କ ମନ କିଣିଛି। ଏହା ଉପରେ ଶାନଦାର କମେଣ୍ଟ ଦେବାରେ ଲାଗିଛନ୍ତି ସମସ୍ତେ। ପ୍ରକାଶ ଥାଉକି ଏହି ପୋଷ୍ଟ ପୂର୍ବରୁ ଅମିତାଭ ପିତା ତଥା ଫେମସ କବି ହରିବଂଶ ରାୟ ବଚ୍ଚନଙ୍କ ମନେ ପକାଇ ଭାବୁକ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.