ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ସୋମବାର ଫିଲ୍ମ ‘କ୍ବାଲା’ର ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । କାରଣ ଏହି ଫିଲ୍ମରେ ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ଖାନଙ୍କୁ ସାମିଲ କରିଛନ୍ତି ମେକର୍ସ । ଏହା ବାବିଲଙ୍କ ଡେବ୍ୟୁ ଫିଲ୍ମ । ଏହି ନ୍ୟୁଜ ଶୁଣି ଖୁସି ହୋଇଯାଇଥିବା ଅମିତାଭ ଟ୍ବିଟରରେ ଫିଲ୍ମ ସୁଟିଂର ଏକ ଭିଡିଓ ସେୟାର କରି ଲେଖିଛନ୍ତି ମନ କଥା ।
ଆଉ ନିର୍ମାତାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ‘ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା । କିଛି ଭିନ୍ନ ଦେଖିବାକୁ ମିଳୁଛି । ଏହାର ମେକିଂ ଦେଖି ଖୁସି ଅନୁଭବ ହେଉଛି ।’
-
T 3880- Anvita ji .. Wishing all the very best .. looking quite different .. good to see the making as well .. ⚘🙏 pic.twitter.com/oy8lCfwOKo
— Amitabh Bachchan (@SrBachchan) April 19, 2021 " class="align-text-top noRightClick twitterSection" data="
">T 3880- Anvita ji .. Wishing all the very best .. looking quite different .. good to see the making as well .. ⚘🙏 pic.twitter.com/oy8lCfwOKo
— Amitabh Bachchan (@SrBachchan) April 19, 2021T 3880- Anvita ji .. Wishing all the very best .. looking quite different .. good to see the making as well .. ⚘🙏 pic.twitter.com/oy8lCfwOKo
— Amitabh Bachchan (@SrBachchan) April 19, 2021
ନେଟଫ୍ଲିକ୍ସର ଏହି ଆଗାମୀ ଫିଲ୍ମର ପ୍ରଯୋଜନା ସାଜିଛନ୍ତି ଅନୁଷ୍କା ଶର୍ମା । ସେ ପୂର୍ବରୁ ‘ବୁଲବୁଲ’ର ପ୍ରଯୋଜନା କରିସାରିଛନ୍ତି । ଏହା ତାଙ୍କ ଦ୍ବିତୀୟ ୱେବ ଫିଲ୍ମ । ସେହିପରି ‘ପାତାଲ ଲୋକ’ ୱେବ ସିରିଜରେ ମଧ୍ୟ ନିର୍ମାତା ରୂପେ କାମ କରିଥିଲେ ସେ ।
ସେହିପରି ‘କ୍ବାଲା’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନିର୍ଦ୍ଦେଶିକା ଅନବିତା ଦତ୍ତ । ଯିଏ ପୂର୍ବରୁ ‘ବୁଲବୁଲ’ରେ ନିର୍ଦ୍ଦେଶନା ଦେଇଥିଲେ । ପ୍ରକାଶ ଥାଉକି ବାବିଲଙ୍କ ବ୍ୟତୀତ ଫିଲ୍ମରେ ତ୍ରିପ୍ତି ଦିମରି ଓ ସ୍ବାସ୍ତିକ ମୁଖାର୍ଜୀ ମୁଖ୍ୟ ଭୂମିକାରେ ନଜର ଆସିବେ ।