ETV Bharat / sitara

2020 ଅବସ୍ଥାରେ ପୋଷ୍ଟ ସେୟାର କଲେ ଅମିତାଭ - ଭାଇରାଲ ହେଲା ଅମିତାଭଙ୍କ ନୂଆ ସୋସିଆଲ ମିଡିଆ ପୋଷ୍ଟ

ଭାଇରାଲ ହେଲା ଅମିତାଭଙ୍କ ନୂଆ ସୋସିଆଲ ମିଡିଆ ପୋଷ୍ଟ । ଏଥର ସେ 2020 ଅବସ୍ଥାକୁ ନେ ମନ କଥା କହିଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Aug 10, 2020, 3:19 PM IST

ମୁମ୍ବାଇ: ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସବୁବେଳେ ସମ୍ପୃକ୍ତ ରହିବା ପାଇଁ ବି-ଟାଉନର ମହାନାୟକ ଅମିତାଭ ବଚ୍ଚନ କିଛି ନା କିଛି ସେୟାର କରୁଥିବାର ନଜର ଆସନ୍ତି । ସେହିପରି ଫ୍ୟାନ୍ସ ମିଧ୍ୟ ତାଙ୍କ ପୋଷ୍ଟକୁ ଅନାଇ ବସିଥାଆନ୍ତି । ଇତିମଧ୍ୟରେ ଅମିତାଭ ଲାଟେଷ୍ଟ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ନିଜ ଫଟୋ ବ୍ୟତୀତ କିଛି କାର୍ଟୁନ ଫଟୋ ସେୟାର କରିଛନ୍ତି । ଆଉ କାର୍ଟୁନ ଫଟୋରେ କିଛି ନା କିଛି ଲେଖାଯାଉଥିବାର ଦେଖିବାକୁ ମିଳୁଛି ।

ନିଜ ଇନଷ୍ଟାଗ୍ରାମରେ 2020ର ଅବସ୍ଥାକୁ ଦେଖି ସେ ଏପରି ପୋଷ୍ଟ କରିଛନ୍ତି । ସେହିପରି କାର୍ଟୁନ ଫଟୋରେ ଦୁଇ ବ୍ୟକ୍ତି 2020 ବିଷୟରେ ପରସ୍ପର ସହ ଆଲୋଚନା କରୁଥିବାର ନଜର ଆସୁଛନ୍ତି।

ଫଟୋରେ ଲେଖା ହୋଇଛି, ‘2020 ବର୍ଷ ସବୁ କିଛି ନଷ୍ଟ କରିଦେଲାଣି । ଏହା ଉପରେ ସବୁ ଲୋକେ ଗୋଟିଏ ଶବ୍ଦରେ କହିବାକୁ ଚାହୁଁଛନ୍ତି ଏହା ଆଉ ଦରକାର ନାହିଁ।’ ଫଟୋରେ ଲେଖାଯାଇଥିବା ଏହି କଥା ଉପରେ ଅମିତାଭ ମଧ୍ୟ ସହମତି ପ୍ରକାଶ କରିଛନ୍ତି ।

ସେ ଫଟୋର କ୍ୟାପସନରେ ଲେଖିଛି, ‘ହଁ ଏହା ଉପରେ ମୁଁ ବି ବିଶ୍ବାସ କରୁଛି।’ ପ୍ରକାଶ ଥାଉକି ଏହା ପୂର୍ବରୁ ଅମିତାଭ ପିତା ତଥା କବି ହରିବଂଶ ରାୟ ବଚ୍ଚନଙ୍କ ଏକ କବିତା ସେୟାର କରି ଜଣାଇଥିଲେ ଯେ ସତ ସବୁବେଳେ ନିଜର ଓକିଲ ହୋଇଥାଏ । ସତକୁ କାହାରି ଆବଶ୍ୟକ କେବେ ପଡେନାହିଁ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.